ଥଣ୍ଡା ପାନୀୟ ବୋଝେଇ ଟ୍ରକ ଦୁର୍ଘଟଣା

0 731

ବୌଦ୍ଧ:ଜାତୀୟ ରାଜପଥ ନମ୍ବର ୫୭ର ବାମଣ୍ଡା ନିକଟବର୍ତ୍ତୀ କଟାତଳ ଛକ ନିକଟରେ ଆଜି ଏକ ଥଣ୍ଡାପାନୀୟ ବୋଝେଇ ଟ୍ରକ ଦୁର୍ଘଟଣା ହୋଇଛି । ୪ଟି ଟ୍ରକରେ ଥଣ୍ଡାପାନୀୟ ବୋଝେଇ ହୋଇ ଆସୁଥିବାବେଳେ ରାତିପ୍ରାୟ ୩ଘଣ୍ଟା ସମୟରେ ତନ୍ମଧ୍ୟରୁ ଗୋଟିଏ ଟ୍ରକ ଭାରସାମ୍ୟ ହରାଇ କଟାତଳ ଛକ ନିକଟରେ ରାସ୍ତାକଡକୁ ଓଲଟି ପଡିଥିଲା । ଗାଡିରେ ଥିବା ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ସକାଳ ୫ଘଣ୍ଟା ସମୟରେ ବୌଦ୍ଧଥାନା ପିସିଆର ଭ୍ୟାନ ପହଞ୍ଚିଥିଲା । ଏକାସାଙ୍ଗରେ ଯାଉଥିବା ଅନ୍ୟ ୩ଟି ଥଣ୍ଡାପାନୀୟ ଟ୍ରକ ମଧ୍ୟ ଦୁର୍ଘଟଣାରେ ଅଟକି ରହିଥିବା ଦେଖିବାକୁ ମିଳିଛି । ଡ୍ରାଇଭରକୁ ନିଦ ଆସିଯିବାରୁ ଦୁର୍ଘଟଣା ହୋଇଥିବା ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

sixteen + 18 =