ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା

0 99

ଦେବଗଡ଼,୨୯/୪:- ଚଳିତ ନିର୍ବାଚନ ଯେପରି ଶାନ୍ତିଶୃଙ୍ଖଳାର ସହିତ ସମାପନ ହେବ ସେଥି ନିମନ୍ତେ ପର୍ଯ୍ୟବେକ୍ଷକ ଗୁରୁତ୍ୱାରୋପ କରିଥିଲେ । ଦେବଗଡ଼ ଜିଲ୍ଲାର ବିଧାନସଭା ଓ ଲୋକସଭା କାର୍ଯ୍ୟ ଖସଡ଼ା କିପରି ରହିଛି ପର୍ଯ୍ୟବେକ୍ଷକ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ । ବିଶେଷ ଭାବେ ଜନ ସାଧାରଣ ଯେପରି କୈାଣସି ଅସୁବିଧାରେ ପଡିବେ ନାହିଁ ସେଥିନିମନ୍ତେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଗଙ୍ଗା ସିଭାଇୟା (ଭାରତୀୟ ରାଜସ୍ୱ ସେବା) ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାର ସମସ୍ତ ନିର୍ବାଚନ ଖର୍ଚ୍ଚ ପରିଚାଳନା ଅଧିକାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀମାନଙ୍କ ଖର୍ଚ୍ଚ ସବିଶେଷ ତଥ୍ୟ ସମ୍ପର୍କିତ ଆଲୋଚନା ହୋଇଯାଇଛି । ଜିଲ୍ଲାରେ ନିଯୁକ୍ତ ଥିବା ଖର୍ଚ୍ଚ ନିରୀକ୍ଷଣ ଅଧିକାରୀ ଓ ବିଭିନ୍ନ ସ୍କ୍ୱାର୍ଡ ଟିମ୍‌ ମାନଙ୍କୁ କିଭଳି ପ୍ରାର୍ଥୀ ମାନଙ୍କର ଖର୍ଚ୍ଚ ବିବରଣୀ ତଦାରଖ କରିବେ ସେ ସମ୍ପର୍କରେ ଜିଲ୍ଲା ଗସ୍ତରେ ଥିବା ପର୍ଯ୍ୟବେକ୍ଷକ ପଚାରି ବୁଝିଥିଲେ । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସୋମେଶ କୁମାର ଉପାଧ୍ୟାୟ ବିଭିନ୍ନ ଖର୍ଚ୍ଚ ସମ୍ପର୍କିତ ତଥ୍ୟ ପ୍ରଦାନ କରି କିଭଳି ଶାନ୍ତି ଶୃଙ୍ଖଳା ସହ ଆବଦ୍ଧମୁକ୍ତ ନିର୍ବାଚନ ହେବ ସେ ଦିଗରେ ସମସ୍ତଙ୍କୁ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଧର୍ମାନନ୍ଦ ବେହେରା, ଡେପୁଟି କଲେକ୍ଟର ଇଲେକ୍ସନ ଏଜେଲିନ୍‌ ବାରା, ସହକାରୀ ଜିଲ୍ଲାପାଳ ହେମନ୍ତ ସିଂ, ତାପସ କୁମାର ମହାନ୍ତ, ରାଜୀବ ଲୋଚନ ନାଏକ, ରିଆମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉଗ୍ରସେନ ଓରାମ, ବାରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ମୃତି ରଞ୍ଜନ ସାହୁ, ତିଲେଇବଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀ, କୋଷାଗାର ଅଧିକାରୀ ସୁରେଶ ଚନ୍ଦ୍ର ମାଝି, ତହସିଲଦାର ରିଆମାଳ ଜ୍ୟୋସ୍ନା ରାଣୀ ନାଏକ, ଅତିରିକ୍ତ ତହସିଲଦାର ବାରକୋଟ ବବୁରୁ ବାହନ ଦତ୍ତ, ଅତିରିକ୍ତ ତହସିଲଦାର ରିଆମାଳ ପ୍ରେମ ପ୍ରକାଶ ହୋରୋ, ଏପିଡି ଫାଇନାନ୍ସ ଆଶିଷ ବାରିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଓ ଜିଲ୍ଲାର ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

fifteen − thirteen =