ବିଧାୟକ ଦେବୀଙ୍କ ଉଦ୍ୟମ ଯୋଗୁ ଉଦ୍ଧାର ପାଇଲେ ଅଟକ ପ୍ରବାସୀ

0 700

TAMILNADU ର Pettapallai, Chengalpattu dist ଠାରେ, କମ୍ପାନୀ ରେ କାମ କରୁଥିବାବଡ଼ମ୍ବା, ନରସିଂହପୁର ର ଶ୍ରମିକ ମାନେ କମ୍ପାନୀ lock down ଯୋଗୁଁ ଅସୁବିଧା ରେ ଥିବାର ଖବର ପାଇ,କୃଷକ ଏକତା ମଞ୍ଚ ର ଆବାହକ ମାନସ ରଞ୍ଜନ ମୁଦୁଲି,ମାନ୍ୟବର ବିଧାୟକ ଦେବୀ ମିଶ୍ର ଙ୍କ ଦୃଷ୍ଟି ଆକର୍ଷଣ କରିବାରେ ବିଧାୟକ ମହାଶୟଙ୍କ ତୁରନ୍ତ ପଦକ୍ଷେପ ଯୋଗୁଁଓଡିଶା ସରକାର ଓ ତାମିଲନାଡୁ ସରକାର ଙ୍କ ସହଯୋଗିତା ରେ ସେମାନଙ୍କୁ ରିଲିଫ ବାବଦରେ ଚାଉଳ,ଡାଲି ଓ ପନିପରିବା ଯୋଗାଇ ଦିଆଯାଇଛି।ମାନ୍ୟବର ବିଧାୟକ ଙ୍କ ଅନୁରୋଧ କ୍ରମେ ସ୍ଥାନୀୟ ପ୍ରଶାସନ କମ୍ପାନୀ କର୍ତ୍ତୃପକ୍ଷ ଙ୍କୁଶ୍ରମିକମାନଙ୍କ ଦରମା ସହ ସମସ୍ତ ସୁବିଧା ଯୋଗାଇ ଦେବାକୁ ନିର୍ଦେଶ ଦେଇଛନ୍ତି।ମାନ୍ୟବର ବିଧାୟକ ନିଜ ଉଦ୍ୟମରେ ପ୍ରତେକ ଶ୍ରମିକ ଙ୍କୁ 1500 ଟଙ୍କାର ଆର୍ଥିକ ସାହାଯ୍ୟ ମଧ୍ୟ ଯୋଗାଇ ଦେଇଛନ୍ତି।ସମସ୍ତ ଶ୍ରମିକ ମାନେ ଘର କୁ ଫେରିବା ବ୍ୟବସ୍ଥା କରିବା ପାଇଁ ମଞ୍ଚର ଆବାହକ ଶ୍ରୀ ମୁଦୁଲି ମାନ୍ୟବର ବିଧାୟକ ଙ୍କୁ ଅନୁରୋଧ କରିବା ସହ ଶ୍ରମିକ ମାନଙ୍କୁ ଏ ସମୟରେ ସାହାଯ୍ୟ କରିଥିବାରୁ ନିଜର କୃତଜ୍ଞତା ଜଣାଇଛନ୍ତି।

hiranchal ad1
Leave A Reply

Your email address will not be published.

4 × four =