ଡିଏଫଓ ସଂଗ୍ରାମ ବେହେରାଙ୍କୁ ଜେରା

0 214

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତୁ୍ୟ ଏବେ ରହସ୍ୟଘେରରେ ରହିଛି । ମୃତୁ୍ୟ ପଛର ପ୍ରକୃତ କାରଣ ଖୋଜିବାକୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ଜୋରଦାର କରିଛି । ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ନିଜ କାର୍ଯ୍ୟାଳୟରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରାଯାଉଛି । ମାମଲାର ତଦନ୍ତ ଅଧିକାରୀ ଓ ଏସଡିପିଓ ଜେରା କରୁଛନ୍ତି । କଡ଼ା ସୁରକ୍ଷାରେ ଡିଏଫଓଙ୍କୁ କାର୍ଯ୍ୟାଳୟକୁ ଅଣାଯାଇ ଜେରା କରାଯାଉଛି । ସେହିପରି ଡିଏଫଓଙ୍କ କାର୍ଯ୍ୟାଳୟରେ ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚିଥିବା ଜଣାଯାଇଛି । ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତୁ୍ୟ ମାମଲାରେ ଡିଏଫଓଙ୍କ ନାମରେ ଏତଲା ରହିଛି । ଡିଏଫଓଙ୍କ ନାମରେ ସୌମ୍ୟଙ୍କ ପରିବାର ଲୋକ ଗୁରୁତର ଅଭିଯୋଗ ଆଣିଛନ୍ତି ।

hiranchal ad1
Leave A Reply

Your email address will not be published.

four + 7 =