ଢେଙ୍କାନାଳରେ ଆରମ୍ଭ ହେଲା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

0 76

ଢେଙ୍କାନାଳ: ରାଜ୍ୟରେ କରୋନାର କାୟାବିସ୍ତାରକୁ ନେଇ ସବୁ ଜିଲ୍ଲାଗୁଡିକରେ କୋଭିଡ-୧୯ ହସ୍ପିଟାଲ କରାଯିବ ବୋଲି ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି । କିଛି ଜିଲ୍ଲାରେ କୋଭିଡ-୧୯ ହସ୍ପିଟାଲ ଖୋଲି ସାରିଥିବାବେଳେ ଆଉ କିଛି ଜିଲ୍ଲାରେ ହସ୍ପିଟାଲ ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି ।

hiring

ତେବେ ଢେଙ୍କାନାଳ ଜିଲ୍ଲାରେ ଆଜି ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲକୁ ଉଦଘାଟନ କରିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା । ପ୍ରଥମ ପର୍ଯ୍ୟାୟରେ ୬୦ଟି ବେଡ ଓ ପରେ ତାକୁ ୧୦୦ କରାଯିବ ବୋଲି ଜିଲ୍ଲାପାଳ ସୁଚନା ଦେଇଛନ୍ତି । ତେବେ ଦୀର୍ଘଦିନ ଧରି ପଡିରହିଥିବା ଢେଙ୍କାନାଳର ପୁରୁଣା ହସ୍ପିଟାଲକୁ କୋଭିଡ ହସ୍ପିଟାଲ ରୁପେ ପ୍ରଶାସନ ତରଫରୁ ପ୍ରସ୍ତୁତ କରାଯାଇଛି ।

hiranchal ad1
Leave A Reply

Your email address will not be published.

five + ten =