ରାଜ୍ୟରେ ହେବ ଆହୁରି ନୂତନ ଚିଡିଆଖାନା : ଲଖାରି ଉପତ୍ୟକା ବନ୍ୟପ୍ରାଣୀ ଅଭୟାରଣ୍ୟକୁ ହରିଣ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ

0 136

ଓଡିଶାର ବିଭିନ୍ନ ସ୍ଥାନରେ ନୂଆ ଚିଡିଆଖାନାର ଆବଶ୍ୟକତା ତଥା ଦାବି ରହିଛି । କିନ୍ତୁ ସିଜେଡ୍‌ଏର କଡା ଗାଇଡଲାଇନ୍ ଏବଂ ଲୋକସଂଖ୍ୟା ନିୟନ୍ତ୍ରଣରେ ସଂକଳ୍ପର ଅଭାବ କାରଣରୁ ଏହି ଦାବି ପୂରଣ ହୋଇପାରୁନାହିଁ । ଗତ ଦୁଇତିନି ଦଶଦ୍ଧି ମଧ୍ୟରେ ଓଡିଶାରେ କୌଣସି ନୂଆ ଚିଡିଆଖାନା ଖୋଲିନାହିଁ । ଏହା ସ୍ୱୀକାର୍ଯ୍ୟ ଯେ ବନ୍ୟାପ୍ରାଣୀଙ୍କ ସଂପର୍କରେ ଲୋକଙ୍କୁ ଶିକ୍ଷା ଦେବା ସହ ବନ୍ୟାପ୍ରାଣୀଙ୍କ ପ୍ରତି ଆକର୍ଷଣ ବଢାଇବା ପାଇଁ ଚିଡିଆଖାନା ଏକ ମାଧ୍ୟମ । ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ, ମନ୍ଦିର ଓ ଫୁଟ୍‌-ଫଲ୍ ଭଳି ସ୍ଥାନରେ ଆମେ ଘରୋଇ ଉଦ୍ୟୋଗୀ କ୍ଷେତ୍ରରେ ଛୋଟଛୋଟ ହରିଣ ପାର୍କ ଓ ଚିଡିଆଖାନା ଖୋଲିପାରିବା । ମାଲେସିଆ ଭଳି କେତେକ ଦେଶରେ ଏଭଳି ପାର୍କ ଓ ଚିଡିଆଖାନା ଖୋଲାଯାଇଛି । ଲୋକମାନେ ଅତି ନିକଟରୁ ଜୀବଜନ୍ତୁଙ୍କୁ ଦେଖିବା ପାଇଁ ସୁଯୋଗ ଦିଆଯାଉଛି । ବ୍ରହ୍ମପୁର ଡିଭିଜନ ଅନ୍ତର୍ଗତ ଭଞ୍ଜବିହାର ବିଶ୍ୱବିଦ୍ୟାଳୟ ହରିଣ ପାର୍କରୁ ହରିଣମାନଙ୍କୁ ପାରଳାଖେମୁଣ୍ଡି ଡିଭିଜନ ଅନ୍ତର୍ଗତ ଲଖାରି ଉପତ୍ୟକା ବନ୍ୟପ୍ରାଣୀ ଅଭୟାରଣ୍ୟକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟ ଖୁବ ଅଳ୍ପଦିନ ଭିତରେ ଶେଷ ହୋଇଯିବ ବୋଲି ଆଶା କରାଯାଉଛି । ନିମ୍ନରେ ପ୍ରଦତ୍ତ ଭିଡିଓ ଏହା ଦର୍ଶାଉଛି-
୧.ଭଞ୍ଜବିହାରରେ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ନନ୍ଦନକାନନର ପ୍ରାଣୀପରିବହନ ଗାଡି ଭିତରକୁ ପ୍ରାଣୀମାନେ ପ୍ରବେଶ କରୁଛନ୍ତି ।
୨. ଲଖରୀ ଉପତ୍ୟକା ବନ୍ୟଜନ୍ତୁ ଅଭୟାରଣ୍ୟଠାରେ ପ୍ରାଣୀମାନେ ବାହାରକୁ ବାହାରୁଛନ୍ତି ।

hiring
hiranchal ad1
Leave A Reply

Your email address will not be published.

9 − 4 =