ସାରା ଭାରତ ଲକଡାଉନରେ : ଚିନ୍ତାରେ ତରଭୁଜ ଚାଷୀ

0 124

ସୁବର୍ଣ୍ଣପୁର:- ବିଶ୍ୱ ବ୍ୟାପି ଆତଙ୍କ ଖେଳାଇଥିବା ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ଏବେ ସାରା ଦେଶରେ ଚାଲିଛି ତାଲାବନ୍ଦ । ଗତ ୨୪ ତାରିଖରୁ ସାରା ଦେଶକୁ ଭାରତର ପ୍ରଧାନମନ୍ତ୍ରୀ ଲକଡାଉନ ଘୋଷଣା କରିଥିବାବେଳେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ । ତେବେ ଏହାର ସିଧା ସଳଖ ପ୍ରଭାବ ପଡିଛି ଗରିବ ଖଟିଖିଆ ଓ ସାଧାରଣ ଚାଷିଙ୍କ ଉପରେ । ବିଶେଷକରି ରବି ରୁତୁରେ ଚାଷ କରୁଥିବା ଅଣବିହନ ଚାଷି ଏହି ଲକଡାଇନ ପ୍ରଭାବରେ ବେଶ କ୍ଷତି ସହୁଥିବା ଦେଖୀବାକୁ ମିଳିଛି । ଜିଲ୍ଲାର ଅଣଜଳସେଚିତ ବୀରମହାରାଜପୁର ଅଂଚଳରେ କିଛି ବର୍ଷ ହେଲା ତରଭୁଜ ଚାଷ କରି ବେଶ ଦୁଇ ପଇସା ଆୟ କରୁଥିଲେ ଚାଷି । ଏହି ଅଂଚଳର ମାଟିରେ ତରଭୁଜ ଚାଷ ଉଚ୍ଚମାନର ହେଉଥିବାରୁ ବାହାର ଯଥା ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର ଆଦି ରାଜ୍ୟର ବେପାରି ଏଠାରୁ ତରଭୁଜ ନେଉଥିଲେ । ଖାଲି ସେତିକି ନୁହେଁ ଏଠାକର ତରଭୁଜ ସୁସ୍ୱାଦୁ ଥିବାରୁ ଅଧିକ ଦାମରେ ମଧ୍ୟ ଚାଷି ବିକ୍ରୟ କରି ପାରୁଥିଲା । ହେଲେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ହୋଇଥିବା ଦେଖିବାକୁ ମିଳିଛି । ସାରା ଦେଶରେ ଲକଡାଉନ ପ୍ରଭାବରେ ବାହାର ରାଜ୍ୟରୁ ଆସୁଛନ୍ତି ବେପାରି ନା ଆସିପାରୁଛି ଗାଡି ମଟର । ଫଳରେ ବର୍ତମାନ ଠିକ ସମୟରେ ବିକ୍ରୟ କରି ପାରୁ ନାହାନ୍ତି ଚାଷି । ଖାଲି ସେତିକି ନୁହେଁ ଦୋକାନ ବଜାର ବନ୍ଦ ଥିବାରୁ ନିକଟସ୍ଥ ବଜାରରେ ମଧ୍ୟ ବିକ୍ରି ବଟା କରିପାରୁନାହାନ୍ତି ଚାଷି । ଦିନକୁ ଘଂଟାଏ ବଜାର ବସୁଥିବାବେଳେ ଏହି ସମୟ ଭିତରେ କେତେ ତରଭୂଜ ବିକ୍ରି ହେବ ବୋଲି କହିଛନ୍ତି ଚାଷି । ଏବେ ତରଭୁଜ ସବୁ ବିଲରେ ରହି ରହି ନଷ୍ଟ ହେବାକୁ ବସିଲାଣି । ହଜାର ହଜାର ଟଙ୍କା ଖର୍ଚ୍ଚ କରି, ମୁଣ୍ଡ ଝାଳ ତୁଣ୍ଡେମାରି ତରଭୁଜ ଚାଷ କରିଥିବା ଚାଷି ଏବେ ମୁଣ୍ଡରେ ହାତ ଦେଇ ବସିଲାଣି । ବଡ ବଡ ତରଭୁଜ ସବୁ ଖରାରେ ସିଝି ପଚିବାକୁ ବସିଲାଣି । କିଛି ଚାଷି ତରଭୁଜ ଚାଷ ହୋଇଥିବା ବିଲରେ ଗାଇ ଗୋରୁ ମଧ୍ୟ ଛାଡବାକୁ ବାଧ୍ୟ ହେଲେଣି । ଜିଲ୍ଲାର ବିଭୀନ୍ନ ଭାଗରେ ମୋଟ ୨୫ ଶହ ଏକର ଜମିରେ ଚାଷ ହୋଇଥିବା ତରଭୁଜ ଏବେ ବିକ୍ରୟ ଅଭାବରୁ ନଷ୍ଟ ହେବାକୁ ବସିଲାଣି । ସେଥି ମଧ୍ୟରୁ କେବଳ ବୀରମହାରାଜପୁର ଅଂଚଳରେ ୨ ହଜାର ଏକର ହେବ । ଧାର କରଜ କରି ଚାଷ କରିଥିବା ଚାଷି ମୁଣ୍ଡରେ ଏବେ ଚଡକ ପଡିଛି । କିଭଳି ନିଜ ଖର୍ଚ୍ଚ ବାହାର କରି ପାରିବ ସେନେଇ ଚିନ୍ତାରେ । ତେବେ ଏଥି ପ୍ରତି ସରକାର ପଦକ୍ଷେପ ନେବା ସହ କେଉଁ ଅଂଚଳରେ କେତେ ହେକ୍ଟର ତରଭୁଜ ଚାଷ ହୋଇଛି ତାହାର ତଦନ୍ତ କରି ତୁରନ୍ତ ଚାଷିଙ୍କୁ କ୍ଷତି ପୁରଣ ଦେବାକୁ ଚାଷିମାନେ ଦାବି କରିଛନ୍ତି । ତେବେ ଏନେଇ ଜିଲ୍ଲା ଉଦ୍ୟାନ ବିଭାଗର ଉପ ନିର୍ଦ୍ଦେଶକଙ୍କୁ ପଚାରିବାରୁ ସେ ନିଜ ଦୋଷ ଛଡାଇ ଚାଷିମାନେ ଲକଡାଉନ ପାଇଁ ହଇରାଣ ହେଉଛନ୍ତି ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

twenty + 3 =