ଢେଙ୍କାନାଳ ବିଧାୟକଙ୍କ କରୋନା ପ୍ରସ୍ତୁତିର ସମୀକ୍ଷା

0 93

ଢେଙ୍କାନାଳ:ଢେଙ୍କାନାଳ ସହର ମୀନାବଜାର ଅଞ୍ଚଳରୁ ଜଣେ ୫୧ ବର୍ଷୀୟ ମହିଳାଙ୍କ ଠାରେ କରୋନା ପଜିଟିଭି ଚିହ୍ନଟ ହେବାପରେ ସହର ମଧ୍ୟରେ ଲକଡାଉନକୁ କଡାକଡି କରାଯାଇଛି । ଏହି ଲକଡାଉନ ଫଳରେ ଦିନ ମଜୁରିଆ, ଖଟିଖିଆ ଗରିବ ଲୋକମାନେ କିପରି ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇପାରୁଛନ୍ତି କି ନାହିଁ ସେ ସଂପର୍କରେ ଢେଙ୍କାନାଳର ବିଧାୟକ ସୁଧୀର କୁମାର ସାମଲ ଆଜି ମଧ୍ୟାହ୍ନ ସମୟରେ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ସହିତ ଆଲୋଚନା କରିଥିଲେ । ଢେଙ୍କାନାଳ ପୌର ପ୍ରଶାସନ ତରଫରୁ ସହର ମଧ୍ୟରେ ଥିବା ଗରିବ ଲୋକମାନଙ୍କୁ ରନ୍ଧାଖାଦ୍ୟକୁ ସୁଚାରୁରୁପେ ଯୋଗାଣ, ମାଗଣା ଚାଉଳ ଓ ଡାଲି ଯୋଗାଣ ସହିତ ସେମାନଙ୍କୁ ଯୋଗାଇ ଦିଆଯାଇଥିବା ୧ହଜାର ଟଙ୍କା କୋଭିଡ ହେଲଥ ସେଣ୍ଟରରେ କରୋନା ଭୂତାଣୁ ସଂକ୍ରମଣରେ ପୀଡିତ ମାନଙ୍କ ନିମନ୍ତେ ରାଜ୍ୟ ସରକାରଙ୍କ ସବୁପ୍ରକାରର ସୁବିଧାର ବିନିଯୋଗର ରୁପରେଖ ସଂପର୍କରେ ବୁଝିବା ସହ କୋଭିଡ ହସପିଟାଲକୁ ବିଧାୟକଙ୍କ ଉନ୍ନୟନ ପାଣ୍ଠିରୁ ଏକ ଆମ୍ବୁଲାନ୍ସ ଯୋଗାଇହେବ ସେ ସଂପର୍କରେ ବିଚାର ବିମର୍ଶ କରିଥିଲେ । ଗନ୍ଦିଆ ବ୍ଲକର ନିହଲ ପ୍ରସାଦ ସରପଞ୍ଚ ତାପସ କୁମାର ସାହୁ ତାଙ୍କ ଦ୍ୱାରା ସଞ୍ଚିତ ୨ଲକ୍ଷ ଟଙ୍କାର ଏକ ଚେକକୁ ବିଧାୟକ ଶ୍ରୀ ସାମଲଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଜିଲ୍ଲ୍‌ାପାଳଙ୍କ ଜରିଆରେ ପ୍ରଦାନ କରିଥିଲେ । ସେହିପରି ବିଧାୟକ ଶ୍ରୀ ସାମଲ ଆଜି ସଦର ବ୍ଲକକୁ ଯାଇ ସେଠାରେ ବିଡିଓଙ୍କ ସହିତ ବିଭିନ୍ନ ପଞ୍ଚାୟତ ସ୍ତରରେ ଥିବା ଲୋକମାନଙ୍କ ନିକଟରେ ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ପଚାରି ବୁଝିଥିଲେ । ପରେ କଙ୍କଡାହାତ ପଞ୍ଚାୟତ ଗସ୍ତକରି ସେଠାରେ ଲୋକମାନଙ୍କୁ ମାକ୍ସ, ସାନିଟାଇଜର ବଂଟନ କରିବାସହିତ ରନ୍ଧାଖାଦ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ବିଜୁ କୃଷକ ଜନତା ଦଳର ଜିଲ୍ଲା ସଭାପତି ନରୋତ୍ତମ ସାହୁ, ଯୁବନେତା ନିରାକାର ରାଉତ, ବିଧାୟକଙ୍କ ପ୍ରତିନିଧି ଦେବାଶିଷ ମିଶ୍ରଙ୍କ ସମେତ ବହୁଦଳୀୟ କର୍ମୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

13 − 13 =