ଆମେରିକାରେ ଦିନକରେ ରେକର୍ଡ ମୃତ୍ୟୁ

0 127

ନ୍ୟୁୟର୍କ : ଆମେରିକାରେ ଯେତେଯାହା ପଦକ୍ଷେପ ନିଆଗଲେ ମଧ୍ୟ ସଂକ୍ରମଣର ପ୍ରଭାବ ନିୟନ୍ତ୍ରିତ ହେଉନାହିଁ । ପ୍ରତିଦିନ ଶତାଧିକ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି । ଏଭଳି ସ୍ଥିତିରେ ଦେଶରେ ଏକ ନୂଆ ଓ ଆତଙ୍କ ସୃଷ୍ଟିକଲା ଭଳି ଘଟଣା ଘଟିଛି । ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ମୃତ୍ୟୁ ଘଟିଛି । ଦିନକରେ ଦେଶରେ ୨୬ଶହ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଦେଶରେ କରୋନା ସଂକ୍ରମଣ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ଦିନରେ ଏତେ ସଂଖ୍ୟାକ ଲୋକ କେବେବି ମରିନଥିଲେ । ଏହାକୁ ନେଇ ସରକାର ଭୀଷଣ ଭାବରେ ବିଚଳିତ ହୋଇପଡିଥିବା ବେଳେ ଦେଶବାସୀ ମଧ୍ୟ ଆହୁରି ଆତଙ୍କିତ ହୋଇପଡିଛନ୍ତି । ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୪୪ହଜାର ଅତିକ୍ରମ କରିଥିବା ବେଳେ ୨୮ହଜାର ୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି । ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୩୪୮୭ ଜଣଙ୍କର ଅବସ୍ଥା ଅତି ସାଂଘାତିକ । ସେହିପରି ସମଗ୍ର ବିଶ୍ୱରେ ମୃତ୍ୟୁସଂଖ୍ୟା ୧ଲକ୍ଷ ୩୪ହଜାର ଅତିକ୍ରମ କରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ଲକ୍ଷ ୮୩ହଜାର ଟପିଥିବା ଜଣାପଡିଛି । ଆମେରିକାରେ ଲକଡାଉନ ଲାଗୁ ହୋଇଥିଲେ ମଧ୍ୟ ସେଥିରୁ ବିଶେଷ ସୁଫଳ ମିଳୁନାହିଁ ।

hiranchal ad1
Leave A Reply

Your email address will not be published.

ten − 9 =