ଲକଡାଉନ ଯୋଗୁଁ ବଲିଉଡର ୬ଶହ କୋଟି କ୍ଷତି

0 102

ମୁମ୍ବାଇ କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକଡାଉନ ଲାଗୁ ହେବା ଦିନଠାରୁ ଅନ୍ୟାନ୍ୟ କ୍ଷେତ୍ରଭଳି ବଲିଉଡ ମଧ୍ୟ ପ୍ରଭାବିତ ହୋଇଛି । ଭିଡ କମାଇବା ପାଇଁ ସରକାର ସବୁ ସିନେମା ହଲଗୁଡିକ ବନ୍ଦ କରିଦେଇଛନ୍ତି । ଏହି କାରଣରୁ ବହୁ ସିନେମା ରିଲିଜ୍ ହୋଇପାରିନାହିଁ । ଏଥିଯୋଗୁଁ ବଲିଉଡର ପାଖାପାଖି ୬ଶହ କୋଟି ଟଙ୍କା କ୍ଷତି ହେଲାଣି ବୋଲି ବିଭିନ୍ନ ନିର୍ମାତା, ସଂଗଠନ ଏବଂ ହଲମାଲିକମାନେ ପ୍ରକାଶ କରିଛନ୍ତି । କରୋନା ଭାଇରସ ସଂକ୍ରମଣର ପ୍ରାରମ୍ଭରେ ଶେଷଥର ପାଇଁ ଗୋଟିଏ ମାତ୍ର ସିନେମା ରିଲିଜ ହୋଇଥିଲା । ତାହା ହେଉଛି \”ବାଗୀ-୩\’ । ତେବେ ମାନ୍ଦା ଅବସ୍ଥା ଯୋଗୁଁ ବକ୍ସ ଅଫିସରେ ଏହି ସିନେମାରୁ ଭଲ ରୋଜଗାର ହୋଇପାରିନାହିଁ । ମାର୍ଚ୍ଚ ୧୩ରୁ ସିନେମା ହଲଗୁିକ ବନ୍ଦ ରହିଛି । ମାର୍ଚ୍ଚ ୧୯ରୁ ସବୁ ପ୍ରକାର ପ୍ରଡକ୍ସନ ଉପରେ କଟକଣା ଜାରି ହୋଇଛି । ରିଲିଜ୍ ତାରିଖ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ବାଗୀ-୩ ମାର୍ଚ୍ଚ ୬ ତାରିଖରେ ରିଲିଜ ହୋଇଥିଲା । ୯ ଦିନରେ ଏହି ସିନେମାରୁ ୯୩କୋଟି ଟଙ୍କା ମିଳିଛି । ଯାହାକି ଆକଳନଠାରୁ ବହୁତ କମ୍ । କେତେକ ନିର୍ମାତା କହିଛନ୍ତି ଯେ, ଦେଶରେ ଯଦି ଆହୁରି ଅଧିକ ଦିନ ଏଭଳି ପରିସ୍ଥିତି ଲାଗି ରହେ ତା\’ହେଲେ ସିନେମା ଶିଳ୍ପ ବୁଡିଯିବା ଭଳି ଅବସ୍ଥାକୁ ଚାଲି ଆସିବ । ଭିଡ ଉପରେ ସରକାର ଗୁରୁତ୍ୱ ଦେଇ କଟକଣା ଲାଗୁ କରିଥିବାରୁ ତାହାକୁ ଜନସ୍ୱାର୍ଥ ଦୃଷ୍ଟିରୁ ଆମେ ବିରୋଧ କରିପାରୁନାହୁଁ । ଏହା ଏକ ଜୀବନମରଣ ସମସ୍ୟା । ତେଣୁ ପରିସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବୁ ବୋଲି ସେମାନେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

six + 15 =