ଲକଡାଉନ୍ ସମୟରେ ପୁଲିସର ମହାନତା : ମହିଳାଙ୍କ ଶବକୁ କାନ୍ଧଦେଲେ, ଅନ୍ତିମ ସଂସ୍କାର ମଧ୍ୟ କଲେ

0 136

ଲକ୍ଷେ୍ନା÷: ବର୍ତ୍ତମାନ ଲକଡାଉନ ସମୟରେ ପୁଲିସ କର୍ମଚାରୀ ଓ ମେଡିକାଲ କର୍ମଚାରୀମାନେ ଯେଭଳି ଧୈର୍ଯ୍ୟର ସହ କାର୍ଯ୍ୟ କରୁଛନ୍ତି ତାହାକୁ ଦେଶବାସୀ ଭୂୟସୀ ପ୍ରଶଂସା କରିଛନ୍ତି । ଲକଡାଉନ ଯୋଗୁଁ ବହୁ ଅସହାୟ ଓ ଗରିବ ଲୋକ ଅସୁବିଧାର ସମ୍ମୁଖୀନ ହୋଇ ଦୁର୍ଦ୍ଦଶା ଭିତରେ ଗତି କରୁଛନ୍ତି । ଏପିରିକି କାହାର ମୃତ୍ୟୁ ଘଟିଲେ, ଗାଁ ଲୋକ କାନ୍ଧ ଦେବାକୁ ଆସୁନାହାନ୍ତି । ଏହିଭଳି ଏକ ଘଟଣା ଉତ୍ତରପ୍ରଦେଶରେ ଘଟିଛି । ଯେଉଁଠି ଜଣେ ପୁଲିସ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ସାହାଯ୍ୟ କରିଥିଲେ । ସାହାରନପୁର ଅନ୍ତର୍ଗତ ବଡ ଗାଁ ଗ୍ରାମରେ ଜଣେ ମହିଳା ଲକଡାଉନ ଯୋଗୁଁ ଦୁର୍ଦ୍ଦଶାଗ୍ରସ୍ତ ହୋଇଥିଲେ । ୭୫ବର୍ଷିୟ ଏହି ମହିଳାଙ୍କର ସ୍ୱାମୀଙ୍କର ମୃତ୍ୟୁ ହୋଇସାରିଛି । ତା\’ପରଠୁ ତାଙ୍କୁ କେହି ପଚାରୁନାହାନ୍ତି । ତାଙ୍କ ପାଖରେ ସରକାରୀ ସାହାଯ୍ୟ ମଧ୍ୟ ମିଳୁନାହିଁ । କରୋନା ଯୋଗୁଁ ଗାଁରେ କେହି କାହା ଘରକୁ ଯାଉନାହାନ୍ତି । ମହିଳା ଜଣକଙ୍କର ବୟସ ହୋଇଯାଇଥିବାରୁ ତାଙ୍କର ପ୍ରାୟ ସମୟରେ କାଶ ହେଉଥିଲା । ତେଣୁ ସେ କରୋନା ରୋଗୀ ବୋଲି ଭାବି ଗାଁ ଲୋକେ ତାଙ୍କ ପାଖ ମାଡୁନଥିଲେ । ଏଭଳି ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । କିନ୍ତୁ ଗାଁର କୌଣସି ଲୋକ ତାଙ୍କୁ କାନ୍ଧ ଦେବାକୁ ଆସିନଥିଲେ । ଏହି ଗାଁରେ ଲକଡାଉନ ଡ୍ୟୁଟି କରୁଥିବା ଜଣେ ପୁଲିସ କର୍ମଚାରୀ ଦୀପକ ଚୌଧୁରୀ କାହାକୁ ଅପେକ୍ଷା ନକରି ମହିଳାଙ୍କ ଶବକୁ ତାଙ୍କର ଅନ୍ୟ କେତେ ଜଣ ସହକର୍ମୀଙ୍କ ଦ୍ୱାରା କାନ୍ଧଦେଇଥିଲେ । କେବଳ ସେତିକି ନୁହେଁ ଅନ୍ତିମ ସଂସ୍କାରର ସମସ୍ତ ବ୍ୟବସ୍ଥା ମଧ୍ୟ ସେ ନିଜେ ହାତରୁ ପଇସା ଖର୍ଚ୍ଚ କରାଇଥିଲେ । ତାଙ୍କର ଏଭଳି କାର୍ଯ୍ୟକୁ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ମହିଳାଙ୍କର କେହି ହୋଇନଥିଲେ ମଧ୍ୟ ପୁଅଭଳି ଯେଭଳି କାର୍ଯ୍ୟକଲେ ତାହାକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

hiranchal ad1
Leave A Reply

Your email address will not be published.

19 − 13 =