ଧୋନୀ ଜଣେ ଶ୍ରେଷ୍ଠ ଫିନିସର : ଫ୍ଲେସିସ୍‌

0 231

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନୀ ଜଣେ ଶ୍ରେଷ୍ଠ ଫିନିସର । ସେ ମୋର ଜଣେ ଅତି ପସନ୍ଦର କ୍ରିକେଟର । ତାଙ୍କର ଖେଳିବା ଶୈଳୀ ଏବଂ ନେତୃତ୍ୱ କୌଶଳ ମୋତେ ଗଭୀର ଭାବରେ ପ୍ରଭାବିତ କରିଛି ବୋଲି ଦକ୍ଷିଣ ଆଫ୍ରିକାର ଅନ୍ୟତମ ସଫଳ କ୍ରିକେଟର ଏଫ୍‌ଡି ଫ୍ଲେସିସ ମତ ଦେଇଛନ୍ତି । ସେ କହିଛନ୍ତି ଯେ, ଚେନ୍ନାଇ ସୁପର କିଙ୍ଗ୍‌ସ ଜରିଆରେ ମୁଁ ଧୋନୀଙ୍କ ସହ ବହୁ ବର୍ଷ ଧରି ଖେଳିଛି । କିଙ୍ଗ୍‌ସ ଏକାଦଶ ପଞ୍ଜାବ ବିପକ୍ଷରେ ସୁରେଶ ରାଇନା ଯେଉଁ ଶତକ କରିଥିଲେ, ସେ କଥା ମୋର ମନେ ଅଛି । ଡେନ୍ ବ୍ରୋଭଙ୍କ ମ୍ୟାଚ ବିଜୟୀ ପ୍ରଦର୍ଶନକୁ ମଧ୍ୟ ମୁଁ ଭୁଲି ନାହିଁ । ଚେନ୍ନାଇ ସୁପର କିଙ୍ଗ୍‌ସ ବହୁ ଭଲ ଭଲ କ୍ରିକେଟରଙ୍କୁ ପାଇଛି । ଧୋନୀ ଜଣେ ଏଭଳି କ୍ରିକେଟର ଯିଏକି ସଂକଟ ସମୟରେ ଦଳକୁ ସମ୍ଭାଳି ନେଇଥାନ୍ତି । କେବଳ ସେତିକି ନୁହେଁ, ଦଳକୁ ସଂକଟ ମଧ୍ୟରେ ଜିତାଇବାର କୌଶଳ ତାଙ୍କୁ ଜଣା । ଏକାଧିକ ମ୍ୟାଚରେ ସେ ତାଙ୍କର ଏହି ଦକ୍ଷତା ପ୍ରମାଣିତ କରି ଦେଖାଇଛନ୍ତି । ବାସ୍ତବରେ ସେ ଜଣେ ଅତି ବଢିଆ ଫିନିସର । ଏହି ଧରଣର କ୍ରିକେଟର ଅନ୍ୟ କେଉଁ ଦଳରେ ଖୁବ୍ କମ୍ ଦେଖିବାକୁ ମିଳିଥାଏ ବୋଲି ଫ୍ଲେସିସ୍ କହିଛନ୍ତି । ତାଙ୍କ ସହିତ କାମ କରିବା ଏକ ସୌଭାଗ୍ୟର ବିଷୟ ଏବଂ ତାଙ୍କଠାରୁ ମୁଁ ବହୁତ କିଛି ଶିଖିଛି ବୋଲି ଫ୍ଲେସିସ୍ କହିଛନ୍ତି ।

hiranchal ad1
Leave A Reply

Your email address will not be published.

17 + 2 =