କୋହଲିଙ୍କ ସଂପର୍କରେ ଏମିତି ମନ୍ତବ୍ୟ ଦେଲେ ଅଖତର

0 98

କୋରାଚୀ: ଭାରତର ଅନ୍ୟତମ ଦକ୍ଷ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ସଂପର୍କରେ ପାକିସ୍ତାନର କ୍ରିକେଟର ସୋଏବ ଅଖତର ସୋସିଆଲ ମିଡିଆରେ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ରୋଚକ ଚର୍ଚ୍ଚା ଆରମ୍ଭ ହୋଇଛି । ଅଖତର କହିଛନ୍ତି ଯେ, କୋହଲି ବର୍ତ୍ତମାନ ସମୟର ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ । ସେ ଯେତେବେଳେ ପଡିଆକୁ ଓହ୍ଲାନ୍ତି ବିପକ୍ଷ ଦଳର ଏକମାତ୍ର ଲକ୍ଷ୍ୟ ଥାଏ ତାଙ୍କୁ କିପରି ଆଗୁଆ ବିଦା କରାଯିବ । ଏବେ ବହୁ ବୋଲର ଏ କ୍ଷେତ୍ରରେ ବିଫଳ ହୋଇଥିବାର ଦୃଷ୍ଟାନ୍ତ ରହିଛି । ତେବେ ବର୍ତ୍ତମାନ କୋହଲି ଯଦି ମୋ ସହିତ ମୁକାବିଲା କରନ୍ତି ତା\’ହେଲେ ମୁଁ ଅଳ୍ପ ସମୟ ଭିତରେ ତାଙ୍କୁ ଆଉଟ କରିଦେବି । ମୋ ପାଖରେ ଏଭଳି ତିନୋଟି କୌଶଳ ରହିଛି, ଯାହା ସାହାଯ୍ୟରେ କୋହଲିଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କୁ ଚଞ୍ଚଳ ବିଦା କରିବା ସହଜ ହୋଇପାରିବ । କିନ୍ତୁ ଏଭଳି ମୁକାବିଲା ଘଟିବ ବୋଲି ମୋର ମନେ ହେଉନାହିଁ ବୋଲି ଅଖତର କହିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 3 =