ଚୀନରୁ ଆସିଲା ୬ଲକ୍ଷ ଟେଷ୍ଟକିଟ୍‌

0 107

ନୂଆଦିଲ୍ଲୀ: ଭାରତର ଅନୁରୋଧ କ୍ରମେ ଚୀନ ସରକାର ୬ଲକ୍ଷରୁ ଅଧିକ ଟେଷ୍ଟକିଟ୍ ପଠାଇଛି । ଆଜି ଏହି କିଟ୍ ଭାରତରେ ପହଞ୍ଚିଛି । ଏହାଛଡା ୧ଲକ୍ଷ ଆର୍‌ଏନ୍‌ଏ କିଟ୍ ମଧ୍ୟ ଆସିଛି । ଦେଶରେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ଏଥିପାଇଁ ବହୁ ସଂଖ୍ୟାରେ କିଟ୍ ଆବଶ୍ୟକ ପଡୁଛି । ଏଭଳି କିଟ୍ ପଠାଇବା ପାଇଁ ଭାରତ ଚୀନକୁ ଅନୁରୋଧ କରିଥିଲା । ଏହାପରେ ଚୀନ ସରକାର ତାଙ୍କ ଦେଶର କଂପାନୀମାନଙ୍କୁ କିଟ ପଠାଇବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଏହାପରେ ୬ଲକ୍ଷ ୫୦ହଜାର ଟେଷ୍ଟକିଟ୍ ଭାରତରେ ଆସି ପହଞ୍ଚିଥିବା ଜଣାପଡିଛି । ଏହି କିଟ୍ ଗୁଡିକୁ ସାନିଟାଇଜ୍ କରାଯାଇ ବିଭିନ୍ନ ଅଂଚଳକୁ ପଠାଯିବ । ବର୍ତ୍ତମାନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ହଜାର ଟପିଥିବା ବେଳେ ୪୧୪ଜଣ ଏହି ରୋଗରେ ପ୍ରାଣ ହରାଇଛନ୍ତି । ସବୁଠୁ ବେଶୀ ଲୋକ ଆକ୍ରାନ୍ତ ହୋଇଛନ୍ତି ମହାରାଷ୍ଟ୍ରରେ । ରାଜ୍ୟରେ ଏହି ସଂଖ୍ୟା ୩ହଜାର ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୧୯୦ରେ ପହଞ୍ଚିଛି । ସେହିପରି ଦିଲ୍ଲୀରେ ୧୫୭୮ ଜଣ ଆକ୍ରାନ୍ତ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

2 × 3 =