୧୦୮ ଦେଶକୁ ମେଡିସିନ ପଠାଇଲା ଭାରତ

0 137

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ ଲାଗି ରହିଥିବା କରୋନା ଭାଇରସ ସଂକ୍ରମଣର ମୁକାବିଲା ପାଇଁ ଭାରତ ବର୍ତ୍ତମାନ ପ୍ରାଣକର୍ତ୍ତା ସାଜିଛି । ସଂକ୍ରମଣର ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା କ୍ଲୋରୋକୁଇନ୍ ଓ ପାରାସିଟାମଲ ବଟିକା ବହୁ ପରିମାଣରେ ଭାରତ ବିଭିନ୍ନ ଦେଶକୁ ପଠାଉଛି । ବର୍ତ୍ତମାନ ସୁଦ୍ଧା ଭାରତର ୧୦୮ଟି ଦେଶକୁ ୮୫ ନିୟୁତ କ୍ଲୋରୋକୁଇନ ଟାବଲେଟ୍ ଏବଂ ୫୦୦ ନିୟୁତ ପାରାସିଟାମଲ ଟାବଲେଟ୍ ପଠାଇଛି । ମାତ୍ର ୨ ସପ୍ତାହ ମଧ୍ୟରେ ଏତେ ସଂଖ୍ୟାକ ଟାବଲେଟ ପଠାଇ ଭାରତ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଏହି ସବୁ ଟାବଲେଟ୍ ପଠାଇବା ପାଇଁ ଆମେରିକା ସମେତ ବିଭିନ୍ନ ଦେଶ ଭାରତକୁ ଅନୁରୋଧ କରିଥିଲେ । ଏହାପରେ କେନ୍ଦ୍ର ସରକାର ଦେଶରେ ଏଭଳି ଟାବଲେଟ୍ ତିଆରି କରୁଥିବା କଂପାନୀଗୁଡିକୁ ଔଷଧ ରପ୍ତାନୀ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁସାରେ ଦେଶର ତିନୋଟି ପ୍ରମୁଖ କଂପାନୀ ଏହି ଔଷଧକୁ ବିଭିନ୍ନ ପର୍ଯ୍ୟାୟରେ ତାଲିକାଭୁକ୍ତ ଦେଶଗୁଡିକୁ କ୍ଲୋରୋକୁଇନ ଓ ପାରାସିଟାମଲ ଟାବଲେଟ୍ ପଠାଇ ଥିଲେ । ଏହାର ବହୁ ପୂର୍ବରୁ ଆମେରିକା ଭାରତଠାରୁ ଏହି ଟାବଲେଟ୍ ପାଇସାରିଛି ।

hiranchal ad1
Leave A Reply

Your email address will not be published.

20 − 10 =