ଏକାଠି ପ୍ରଦୀପ ପ୍ରଜ୍ୱଳନ କଲେ ନୂଆଗାଁ ଗ୍ରାମବାସୀ

0 220

ନୂଆଗାଁ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ.ନୂଆଗାଁ ପୁରୁଣା ସାହିରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ କରୋନା କବଳରୁ ଦେଶକୁ ରକ୍ଷା କରିବା ନିମନ୍ତେ ସାମାଜିକ ଦୁରତ୍ୱ ରକ୍ଷା କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ପୁରୋହିତ ରବିନ୍ଦ୍ର ଶତପଥୀ, ଅବସରପ୍ରାପ୍ତ ଶିକ୍ଷକ ବିକ୍ରମ ବିଶିମାଝୀ, ଶିକ୍ଷକ ଲିଙ୍ଗରାଜ ପାତ୍ର, ମନୋଜ ବିଶିମାଝୀ, କଞ୍ଜାମେଣ୍ଡି ସମିତି ସଭ୍ୟ ରଜନୀକାନ୍ତ ସାହୁ, ସଦାନ୍ଦ ବିଶିମାଝୀଙ୍କ ସମେତ ସମସ୍ତ ଗ୍ରାମବାସୀ କରୋନା ଲଢେଇ ପାଇଁ ପ୍ରଶାସନର ସମସ୍ତ ନିୟମକୁ ମାନି ଚଳିବା ସହ ସୁରକ୍ଷିତ ଭାବରେ ଘରେ ରହିବା ବୋଲି ନିଷ୍ପତ୍ତି ନେଇଥିଲେ । ତତସହିତ କ.ନୂଆଗାଁ ଅଂଚଳର ପ୍ରତ୍ୟେକ ପରିବାରରେ ଦୀପ ଜାଳି ଆଦରଣୀୟ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ ଜଣାଇଥିଲେ ।

hiring
hiranchal ad1
Leave A Reply

Your email address will not be published.

one × two =