ଛତନିଆକଟା ଗ୍ରାମବାସୀ ଦେଖାଇଲେ ବଦାନ୍ୟତା

0 104

ବୌଦ୍ଧ : କରୋନା ଭୂତାଣୁ ପାଇଁ ସମଗ୍ର ବିଶ୍ୱରେ ଆତଙ୍କ ଖେଳି ଯାଇଥିବା ବେଳେ ବୌଦ୍ଧ ବ୍ଲକ ବଢିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛତନିଆକଟା ଗ୍ରାମବାସୀ କରୋନା ମୁକାବିଲା ପାଇଁ ବଢାଇଛନ୍ତି ସହଯୋଗର ହାତ । ନିଜର ଶକ୍ତି ଅନୁଯାୟୀ ପରିବାର ପିଛା କିଛି କିଛି ଅର୍ଥ ସଂଗୃହିତ କରି ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫୦୦ଟଙ୍କା ପ୍ରଦାନ କରିଛନ୍ତି । ବୌଦ୍ଧ ବିଡିଓଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଛତନିଆକଟା ଗ୍ରାମବାସୀଙ୍କ ଦ୍ୱାରା ପ୍ରଦତ୍ତ ୨୫୦୦ ଟଙ୍କାର ସହାୟତା ରାଶିକୁ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବିଡିଓଙ୍କ ଜରିଆରେ ପ୍ରେରଣ କରାଯାଇଅଛି । ବ୍ଲକ କାର୍ଯ୍ୟାଳୟର କନିଷ୍ଠ କିରାଣୀ ତଥା ଭାରପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସାନନ୍ଦ ସାହୁଙ୍କ ଜରିଆରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜରୁରୀକାଳୀନ ଉପବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ପ୍ରକାଶ ।
ଛତନିଆକଟା ଗ୍ରାମବାସୀଙ୍କ ଏଭଳି ମହନୀୟତାକୁ ସବୁ ମହଲରେ ପ୍ରଶଂସା କରାଯିବା ସହ ଏହା ଅନ୍ୟ ଗ୍ରାମବାସୀଙ୍କ ପ୍ରତି ଆଦର୍ଶ ହେବ ବୋଲି ମତପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

twenty − seventeen =