ମାଛ ମାରିବା ପାଇଁ ମହାନଦୀରେ ବିସ୍ଫୋରଣ ; ଶଙ୍କାରେ ମତ୍ସ୍ୟଜୀବି

0 901

ବୌଦ୍ଧ : ନଦୀରୁ ମାଛ ମାରି ଲକ୍ଷଲକ୍ଷ ମତ୍ସ୍ୟଜୀବି ପରିବାର ହଜାର ହଜାର ବର୍ଷ ଧରି ସେମାନଙ୍କର ଜୀବିକା ନିର୍ବାହ କରି ଆସୁଛନ୍ତି । ଗତ କିଛିବର୍ଷ ହେଲା ବିଭିନ୍ନ ନଦୀନାଳ ସମେତ ମହାନଦୀ ଜଳରେ ବିସ୍ଫୋରଣ କରି କିଛି ମତ୍ସ୍ୟଜୀବି ଓ ଅଣ ମତ୍ସ୍ୟଜୀବିମାନେ ମାଛ ମାରୁଥିବାର ମାଛଧରା ବୃତ୍ତିକୁ ଜୀବନ ଜୀବିକା କରିଥିବା ପରିବାରମାନଙ୍କ ମନରେ ଭାଳେଣି ପଡିଛି । ସେମାନଙ୍କର ବୃତ୍ତିର ଭବିଷ୍ୟତକୁ ନେଇ ଶଙ୍କାରେ କାଳାତିପାତ କରୁଛନ୍ତି । ଅନୁସନ୍ଧାନରୁ ଜଣାପଡିଛି ଯେ, ଡିନାମାଇଟ୍ ଭଳି ବିସ୍ଫୋରକ ସାମଗ୍ରୀକୁ କାଚ ବୋତଲ ମଧ୍ୟରେ ଭରି ସେଥିରେ ଅଗ୍ନି ସଂଯୋଗ କରି ନଦୀଜଳକୁ ନିକ୍ଷେପ କରୁଛନ୍ତି । ବିସ୍ଫୋରଣ ଯୋଗୁଁ ମାଛମାନେ ମରିଯିବା ସହ ପାଣି ୁପରେ ଭାସି ରହୁଛନ୍ତି । ବିସ୍ଫୋରଣ ସ୍ଥଳର ତଳମୁଣ୍ଡରେ ଭାସି ଆସୁଥିବା ମାଛକୁ ସେମାନେ ସଂଗ୍ରହ କରି ବିକ୍ରି କରୁଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ମହାନଦୀରେ ଜଳ ପ୍ରବାହ ହ୍ରାସ ପାଇଥିବାରୁ କିଛି ଗଭୀର ଯାଗାରେ ମାଛମାନେ ଆଶ୍ରୟ ନେଇଥାନ୍ତି । ସେଠାରେ ବିସ୍ଫୋରଣର ପ୍ରଭାବରେ ସ୍ୱଚ୍ଛ ପାଣି ହେତୁ ଛୋଟବଡ ସମସ୍ତ ମାଛ ଓ ଅନ୍ୟାନ୍ୟ ଜଳଚର ଜୀବ ମୃତ୍ୟୁମୁଖରେ ପଡି ଯାଉଥିବାରୁ ନଦୀ ଜଳ ମଧ୍ୟ ପ୍ରଦୂଷିତ ହୋଇପଡୁଛି । ହୀରାକୁଦ ନଦୀବନ୍ଧର ତଳ ମୁଣ୍ଡରେ ସମ୍ବଲପୁର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ ଆଦି ଜିଲ୍ଲାରେ ଗତ କିଛି ବର୍ଷ ହେଲା ଖରାଦିନେ ବିସ୍ଫୋରଣ କରି ମାଛମାରିବା ଏକ ସାଧାରଣ ଘଟଣା ହୋଇଛି ।

hiring


ବିସ୍ଫୋରଣ ଯୋଗୁଁ ଛୋଟବଡ ସମସ୍ତ ମାଛ ମରିଯାଉଥିବାରୁ ଦିନକୁ ଦିନ ମାଛ ସଂଖ୍ୟା ମହାନଦୀରେ ହ୍ରାସ ପାଉଛି । ମତ୍ସ୍ୟଜୀବିମାନେ ଜାଲରେ ମାଛ ଧରିବାବେଳେ ପୂର୍ବରୁ ଦୈନିକ ହାରାହାରି ଯେତେ ମାଛ ଧରିପାରୁଥିଲେ ବିସ୍ଫୋରଣ କରି ମାଛ ମାରିବା ପରେ ଏବେ ଆଉ ସେତିକି ପରିମାଣର ମାଛ ଜାଲରେ ଲାଗୁନଥିବା ଜଣାପଡିଛି । ଦିନସାରା ପରିଶ୍ରମ କରି ଯେତେ ମାଛ ଧରୁଛନ୍ତି ସେଥିରେ ସେମାନଙ୍କର ପରିବାର ପ୍ରତିପୋଷଣ କରିବା କଷ୍ଟକର ହେଉଥିବା ମତ୍ସ୍ୟଜୀବିମାନେ ଅଭିଯୋଗ କରନ୍ତି । ଏ ଦିଗରେ ସରକାର କିମ୍ବା ପ୍ରଶାସନ କୌଣସି କଟକଣା ନ ଲଗାଇଲେ ଆଗାମୀ ଦିନରେ ଲକ୍ଷଲକ୍ଷ ମତ୍ସ୍ୟଜୀବି ପରିବାର ସେମାନଙ୍କର ଜୀବିକା ହରାଇବେ ଏହା ନିଃସନ୍ଦେହ ।
ବିସ୍ଫୋରକ ସାମଗ୍ରୀର କ୍ରୟ ଓ ବିକ୍ରୟ ଉପରେ ଅନେକ କଟକଣା ଥିଲେ ମଧ୍ୟ ଏହି ଅସାଧୁ ବ୍ୟକ୍ତିମାନେ ଅନାୟାସରେ କିଭଳି କ୍ରୟକରି ବ୍ୟବହାର କରିପାରୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ମତ୍ସ୍ୟଜୀବିଙ୍କ ଜୀବନ ଜୀବିକାକୁ ସୁରକ୍ଷା ଯୋଗାଇ ଦେବା ପାଇଁ ସରକାର କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଲକ୍ଷଲକ୍ଷ ପରିବାର ନିଜର କୌଳିକ ଧନ୍ଦା ହରାଇବେ । ଏହା ସହିତ ଖାଉଟୀମାନେ ମଧ୍ୟ ନଦୀ ମାଛ ଖାଇବାରୁ ବଞ୍ଚିତ ହେବେ ବୋଲି ବୁଦ୍ଧିଜିବୀମାନେ ଆଶଙ୍କା ପ୍ରକାଶ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

1 × 3 =