ଗଳି କନ୍ଦିରେ ବୁଲି ସଚେତନତା ଗୀତ (ଦେଖିକି ଚଳୁଥିବା) ଗାଇଲେ ବାଲିଗୁଡ଼ା ଆଇଆଇସି

0 400

ବାଲିଗୁଡ଼ା: ମହାମାରୀ କରୋନା ଭୁତାଣୁ ମୁକାବିଲା ନେଇ ସାରା ବିଶ୍ବ ଚିନ୍ତିତ । ଦିନକୁଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବର୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ଛୁଇଁଲାଣି । ଏଭଳି ପରିସ୍ଥିତିରେ ଲୋକଙ୍କୁ ଅଧିକ ସଚେତନ କରାଇବା ପାଇଁ ପ୍ରଚେଷ୍ଟା ଜାରି ରଖିଛି ବାଲିଗୁଡ଼ା ପୋଲିସ୍ । ଏକ ନିଆରା ଢଙ୍ଗରେ ଲୋକଙ୍କୁ ଅଧିକ ସଚେତନ କରାଇବା ପାଇଁ କନ୍ଧମାଳ ପୋଲିସ୍ ପକ୍ଷରୁ ଏକ ଗିତ (ଦେଖିକି ଚଳୁଥିବା) ରିଲିଜ୍ କରାଯାଇଛି ।

hiring

ଏହି ଗିତକୁ ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍ ରଚନା କରିଥିବାବେଳେ ଆଇଆଇସି ପ୍ରଶାନ୍ତ କୁମାର ବେହେରା ବାଲିଗୁଡ଼ା ଅଞ୍ଚଳର ଗଳିକନ୍ଦିରେ ବୁଲି ଗିତ ଗାଇ ଜନସାଧାରଣଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଛି । ଆମେ ଏକ ନିଆରା ପ୍ରୟାସ ଆରମ୍ଭ କରିଛୁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ । ଆଶା କରୁଛୁ ଏହି ଗିତ ମାଧ୍ୟମରେ ଲୋକେ ଆଉଟିକେ ସଚେତନ ହେବେ ବୋଲି କହିଛନ୍ତି ଆଇଆଇସି । ଅନ୍ୟପଟେ ଖାଲି ଗିତ ଶୁଣି ମଜାନେବାସହ ଗିତର ମର୍ମ ବୁଝନ୍ତୁ ଓ ସଚେତନ ହୁଅନ୍ତୁ ବୋଲି ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଆଇଆଇସି ପ୍ରଶାନ୍ତ କୁମାର ବେହେରା ।

hiranchal ad1
Leave A Reply

Your email address will not be published.

10 + five =