ଏନକାଉଣ୍ଟରରେ ୨ ମାଓବାଦୀ ନିହତ

0 74

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳ ିବିନିମୟରେ ଦୁଇ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ଏସ.ଏଲ.ଆର ବନ୍ଧୁକ ସାଙ୍ଗକୁ ଏଲ.ଏମ.ଜି ଭଳି ଅତ୍ୟାଧୁନିକ ବନ୍ଧୁକ ଜବତ ହୋଇଛି ।
ଖବର ଅନୁଯାୟୀ, ବିଜାପୁର ଜିଲ୍ଲାର କରି ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହା ପରେ ଡିଆରଜି ଓ ତେଲେଙ୍ଗାନାର ଗ୍ରେହାଉଣ୍ଡ ଯବାନମାନେ ମିଳିତ ଭାବେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ତେବେ ଯବାନଙ୍କ ଆସିବା ଦେଖି ମାଓବାଦୀ ମାନେ ଗୁଳି ଚାଳନା କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ଯବାନମାନେ । ସେମାନଙ୍କ ମାଓବାଦୀଙ୍କ ଉପରେ ପାଲଟା ଆକ୍ରମଣ କରିଥିଲେ । ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଆତୁର ନାଗରାମ ମହାଦେବପୁର ଏରିଆ କମିଟିର ଡି.ଭି.ସି.ଏମ ପଦରେ ଥିବା ମାଓ ନେତା ସୁନାଧର ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ମାଓ ନେତାଙ୍କୁ ଚିହ୍ନଟ ହୋଇପାରିନାହିଁ । ଘଟଣାସ୍ଥଳରେ ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା ନେଇ ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

5 × 5 =