ବିଶ୍ୱ ପରିବେଶ ପାଳିତ

0 186

ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଓ ବଘିଆପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଝିସାହି ଗ୍ରାମର ଯୁବ ସ୍ବେଛାସେବୀ ଅନୁଷ୍ଠାନ ୟାରା ତରଫରୁ ସାମାଜିକ ଦୂରତା ସହ ବିଶ୍ୱ ପରିବେଶ ପାଳିତ ହୋଇଛି । ଏହି ଦିବସ ଅବସରରେ ଅନୁଷ୍ଠାନ ର ସଭାପତି ଚନ୍ଦନ ବେହେରା ସମ୍ପାଦକ ତଥା ବୌଦ୍ଧ ନେହେରୁ ଯୁବ କେନ୍ଦ୍ର ର ବୌଦ୍ଧ ବ୍ଲକ ର ଜାତୀୟ ଯୁବ ସ୍ବେଛାସେବୀ ଚିତରଞ୍ଜନ ବେହେରା ସଭ୍ୟ ଜଗାସନ, ନିଳଧ୍ଵଜ ଓ ପୁରନ୍ଦର, ଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ବୌଦ୍ଧ ପ୍ରଣାମ ଅନୁଷ୍ଠାନ ର ସମ୍ପାଦକ ପ୍ରଶାନ୍ତ କୁମାର ଭାଇନା ଓ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ର ଉତ୍ତମ ମହାକୁଡ଼ ସ୍ୱାଗତ ଜଣେଇଥିଲେ । ଆଗାମୀ ଦିନରେ ମଧ୍ୟ ଏହି ଭଳି ଅନେକ ଉନ୍ନତି ମୂଳକ କାର୍ଯ୍ୟ ଅଞ୍ଚଳରେ କରାଯିବ ବୋଲି ଅନୁଷ୍ଠାନ ର ସମ୍ପାଦକ ଚିତରଞ୍ଜନ ବେହେରା ସୂଚନା ଦେଇଥିଲେ ।

hiranchal ad1
Leave A Reply

Your email address will not be published.

sixteen + 18 =