ଅନ୍ୟମାନଙ୍କ ପାଇଁ ସୃଷ୍ଟିକଲେ ଉଦାହରଣ : କରୋନା ପାଇଁ ନିଜସାହି ସାନିଟାଇଜ କଲେ ଏମସିସିର ସଦସ୍ୟ

0 138

ଢେଙ୍କାନାଳ: ମହାମାରୀ କରୋନା ଜୀବାଣୁ କେତେବେଳେ କେଉଁଆଡେ ଯାଉଛି ତାହା ଜାଣିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି । କେନ୍ଦ୍ରସରକାର ଓ ରାଜ୍ୟ ସରକାର କରୋନା ମହାମାରୀରୁ ରକ୍ଷାପାଇବା ପାଇଁ ଲକଡାଉନ ଘୋଷଣା କରିଛନ୍ତି । ଢେଙ୍କାନାଳ ମଧ୍ୟ ଏହି ଲକ୍ଡାଉନରେ ରହିଛି । ଏହି ସହରକୁ ମହାମାରୀ କରୋନାରୁ ରକ୍ଷାପାଇଁ ରାସ୍ତାଘାଟ ଓ ଘର ସାନିଟାଇଜ କରାଯାଉଛି । କିନ୍ତୁ ପ୍ରତ୍ୟେକ ଅଞ୍ଚଳକୁ ସାନିଟାଇଜ କରିବା ସମ୍ଭବପର ନୁହେଁ । ଏହାକୁ ଦୃଷ୍ଟିରେ ରଖି ୧୫ନଂ ୱାର୍ଡ ମୁକ୍ତାଦେଇପୁରଶାସନର ଏମସିସିର ସଦସ୍ୟମାନେ ନିଜ ସାହି ରାସ୍ତା ଓ ଘରଗୁଡିକୁ ଜୀବାଣୁମୁକ୍ତ କରିବାପାଇଁ ବେସରକାରୀ ସଂସ୍ଥାରୁ ଭଡାରେ ଦୁଇଟି ମେସିନ ଆଣି ସୋଡିୟମହାଇପୋକ୍ଲାରାଇଡ ପାଣିରେ ପକାଇ ରାସ୍ତା ଓ ଘରଗୁଡିକରେ ସିଞ୍ଚନ କରିଥିଲେ । ଏହି ସଦସ୍ୟମାନେ ନିଜ ଶରୀରକୁ ସୁର କ୍ଷିତ ରଖିବା ପାଇଁ ଗ୍ଲୋବସ, ମାସ୍କ, କ୍ୟାପ ପିନ୍ଧିଥିବାବେଳେ ସାମାଜିକ ଦୂରତା ରକ୍ଷା କରିଥିଲେ । ସଦସ୍ୟମାନଙ୍କର ଏହି କାର୍ଯ୍ୟକୁ ବିଧାୟକ ସୁଧୀର କୁମାର ସାମଲ ପ୍ରଶଂସା କରିଛନ୍ତି । ଆଗକୁ ଏଭଳି ସଫେଇ କାମ ଜାରିରହିବ ବୋଲି କ୍ଲବର ଆଡଭାଇଜର ଶିବସାଇ ମହାପାତ୍ର ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

seventeen − thirteen =