ଗୋଷ୍ଠୀ ସଂକ୍ରମଣ ଡର ହଟିଛି : ସରକାରୀ କଟକଣା ନମାନିଲେ ଆହୁରି ଅଧିକ କଠୋର ନିଷ୍ପତ୍ତି ନିଆଯାଇପାରେ

0 177


ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ୪୮ ଘଣ୍ଟିଆ ସଟ୍‌ଡାଉନ୍ ଆଜି ରାତି ୮ଟାରେ ଶେଷ ହେବ । ରାଜ୍ୟର ରାଜଧାନୀ ଭୁବନେଶ୍ୱର, କଟକ ଓ ଭଦ୍ରକ ସହରର ଲୋକମାନେ ସଟ୍‌ଡାଉନକୁ ଯେଭଳି ସଫଳ କଲେ ତାହାକୁ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଧନ୍ୟବାଦ ଦେଇଛନ୍ତି । ଧନ୍ୟବାଦ ଛଳରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଚେତାବନୀ ମଧ୍ୟ ଦେଇଛନ୍ତି । ଗୋଷ୍ଠୀ ସଂକ୍ରମଣର ଭୟ ସଟ୍‌ଡାଉନର ସଫଳତାରୁ ଆମେ ପାଇଥିଲେ ବି ସଟ୍‌ଡାଉନ୍ ଉଠିବା ପରେ ଯଦି ବଜାରରେ ସାମାଜିକ ଦୂରତ୍ୱକୁ ରକ୍ଷା ନକରିବା, ତେବେ ପରିବା ବଜାରରୁ ଆମେ ଘରକୁ ପୁଣି କରୋନା ଆଣି ଘରର ବୃଦ୍ଧ ପିତାମାତା ବା ଦୁର୍ବଳ ସ୍ୱାସ୍ଥ୍ୟ ବ୍ୟକ୍ତିମାନଙ୍କୁ ବିପଦରେ ପକାଇବା । ତେଣୁ ସଟ୍‌ଡାଉନ୍ ଉଠିବା ପରେ ଲୋକେ ଆତଙ୍କିତ ନହୋଇ ଲକ୍‌ଡାଉନ୍ ପରିସ୍ଥିତିର ଅଭ୍ୟସ୍ତ ହୋଇସାରିଥିବାରୁ ବଜାରରୁ ସାମାଜିକ ଦୂରତ୍ୱ ରକ୍ଷା କରି ନିତ୍ୟବ୍ୟହାର୍ଯ୍ୟ ଜିନିଷ କିଣିବେ । ଏହି ଅବସରରେ ସେ ରାଜ୍ୟର ଜନସାଧାରଣଙ୍କୁ ପୁନର୍ବାର ଧନ୍ୟବାଦ ଦେଇ କହିଲେ, ଆମେ ଗୋଷ୍ଠୀ ସଂକ୍ରମଣର ଭୟ କରୁଥିଲେ । ଏବେ ସେହି ଭୟ ଆମଠାରେ ନାହିଁ । ଏଣୁ ଆମେ ଆଶ୍ୱସ୍ତ ହୋଇଛେ ସତ, ମାତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ରହିଥିବା ୨୧-ଦିନିଆ ଲକ୍‌ଡାଉନର ନିୟମକୁ ମାନି ଚଳିବା । ଜିଲ୍ଲାପାଳମାନଙ୍କୁ ଏହି ସମୟରେ ସାମାଜିକ ଦୂରଦ୍ୱ ରକ୍ଷା ଓ ସରକାରୀ କଟକଣାକୁ ସାଧାରଣ ଲୋକେ ଯେପରି ମାନିବେ ତାହା ଉପରେ ଧ୍ୟାନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଣୁ ଆସନ୍ତା ସପ୍ତାହ ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଆମେ ସରକାରୀ କଟକଣାକୁ ମାନି ଚଳିଲେ କରୋନା ବିପତ୍ତି ଆମଠାରୁ ଚାଲିଯିବ । ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପଡ଼ିଲେ ପୁଣି ସଟ୍‌ଡାଉନ୍ କିମ୍ବା ହଟସ୍ପଟ ଜୋନ୍ ଲାଗୁ ପାଇଁ କ୍ଷମତା ଦିଆଯାଇଛି । ତେଣୁ ରାଜ୍ୟବାସୀ ସରକାରୀ କଟକଣା, ଲକ୍‌ଡାଉକୁ ମାନିଚାଲିଲେ ଖୁବ୍‌ଶୀଘ୍ର ଲକଡାଉନ୍ ମଧ୍ୟ ଅପସରିଯିବ । ନଚେତ୍ ଏହା ମଧ୍ୟ ପୁଣି ବଢ଼ିପାରେ ବୋଲି ସୂଚାଇ ଦେଇଥିଲେ

hiranchal ad1
Leave A Reply

Your email address will not be published.

2 + 14 =