କିଶୋର ଚନ୍ଦ୍ର ନାୟକ କନ୍ଧମାଳ ଜିଲ୍ଲା କମିଟି ସାଧାରଣ ସମ୍ପାଦକ ନିଯୁକ୍ତ

0 135

ଘୁ.ଉଦୟଗିରି, ୨୪/୧୧– କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳରେ ୨୦୦୯ ମସିହା ଠାରୁ କାର୍ଯ୍ୟ କରିଆସୁଥିବା ଜଣେ ସକ୍ରିୟ ନେତାଙ୍କୁ ମଙ୍ଗଳବାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲା କମିଟିର ସାଧାରଣ ସମ୍ପାଦକ ନିମନ୍ତେ ଚୟନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ କନ୍ଧମାଳ ଜିଲ୍ଲା କମିଟିର ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ନାୟକ ହୋଇଛନ୍ତି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ ଜଣେ ଏକ୍ସ ବିଏସଏଫ ଯବାନ ତଥା ୨୦୧୭ ମସିହାରେ ଜିଲ୍ଲା ପରିଷଦ ପ୍ରାର୍ଥୀ ରହିଥିଲେ । । ସେ ବିଜୁ ଜନତା ଦଳରେ ୨୦୦୯ ଠାରୁ ସକ୍ରିୟ ଭାବରେ ଦଳରେ ବିଭିନ୍ନ ପଦ ପଦବୀରେ ରହି କାର୍ଯ୍ୟ କରିଆସୁଛନ୍ତି । ତାଙ୍କ ନାମ ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ଦ୍ୱାରା ଘୋଷଣା ପରେ ଦଳରେ ଖୁସି ପରିଲକ୍ଷିତ ହୋଇଛି ।

hiranchal ad1
Leave A Reply

Your email address will not be published.

15 + eighteen =