କଳିଙ୍ଗା ଘାଟିରେ ବାଇକ ଦୁର୍ଘଟଣା, ଦୁଇ ଆହତ

0 120

ଘୁ. ଉଦୟଗିରି,୩୧/୭- କଳିଙ୍ଗା ଘାଟିରେ ଦୁଇଜଣ ବାଇକରେ ପଡି ଦୁର୍ଘଟଣାର ଶିକାର ହୋଇ ମୁହଁରେ ଗଭୀର ଆଘାତ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ତୁର୍ଲା ଗୌଡ଼ ବାଲିପଦର, ବେଲମୁଠା ଓ ସୁଶାନ୍ତ କୁମାର ଗୌଡ଼ ମୁଜାଗାଡ଼, ଭଞ୍ଜନଗର, ଗଞ୍ଜାମ ନିବାସୀ ଦୁହେଁ ନିଜ ଗ୍ରାମକୁ ଫେରୁଥିଲେ । କଳିଙ୍ଗା ଠାରୁ ୨ କି.ମି ଗଲାପରେ ଭାରସାମ୍ୟ ହରେଇ ଦୁର୍ଘଟଣାର ଶିକାର ହୋଇଥିଲେ । ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀ କୌଣସି ପ୍ରକାରେ ଘୁ. ଉଦୟଗିରି ୧୦୮ ଆମ୍ବୁଲାନ୍ସକୁ ସୂଚନା ଦେବାପରେ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରି ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

1 × four =