ପ୍ରକାଶ ପାଇଲା +2 ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ: ବିଜ୍ଞାନରେ ୯୫.୧୫%, ବାଣିଜ୍ୟରେ ୯୪.୯୬% ପାସ୍‌ ହାର

0 85

ଭୁୁବନେଶ୍ୱର,୩୧/୭- ମହାମାରୀ କରୋନା ଭିତରେ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ଆଜି ସନ୍ଧ୍ୟା ସାଢେ ୭ଟାରେ ରାଜ୍ୟସରକାର ପ୍ରକାଶ କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ପରୀକ୍ଷାଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ । ପ୍ରକାଶ ପାଇଥିବା ପରୀକ୍ଷାଫଳରୁ ଜଣାପଡିଛି ଯେ ବିଜ୍ଞାନରେ ୯୫.୧୫% ମୋଟ୍‌ ପାସ୍‌ ହାର ହୋଇଥିବାବେଳେ ବାଣିଜ୍ୟରେ ୯୪.୯୬% ପାସ୍‌ ହାର ରହିଛି । ବିଜ୍ଞାନରେ ମୋଟ ୮୯,୯୯୧ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ପ୍ରଥମ ଶ୍ରେଣୀରେ ୫୫,୪୬୮, ଦ୍ୱିତୀୟ ଶ୍ରେଣୀରେ ୧୬,୯୪୩ ଓ ତୃତୀୟ ଶ୍ରେଣୀରେ ୧୪,୬୩୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିଭଳି ବାଣିଜ୍ୟରେ ମୋଟ ପାସ୍‌ ହାର ୯୪.୯୬ ହୋଇଥିବାବେଳେ ଏଥିରେ ମୋଟ ୨୩,୨୯୨ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ୮,୨୫୫, ଦ୍ୱିତୀୟ ଶ୍ରେଣୀରେ ୫,୬୯୨ ଓ ତୃତୀୟ ଶ୍ରେଣୀରେ ୯,୦୬୬ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ବାଣିଜ୍ୟରେ ଏକ୍ସ ରେଗୁଲାର ପାସ୍‌ ହାର ୧୪.୭୮ ପ୍ରତିଶତ ହୋଇଥିବାବେଳେ ବିଜ୍ଞାନରେ ୭୧.୨୭ ପ୍ରତିଶତ ହୋଇଛି । ରାତି ୮ଟାରୁ ଛାତ୍ରଛାତ୍ରୀମାନେ ଯୁକ୍ତଦୁଇ ୱେବସାଇଟରୁ ସେମାନଙ୍କର ପରୀକ୍ଷାଫଳ ଜାଣିପାରିବେ । ପ୍ରକାଶଯୋଗ୍ୟ ଯେ ମହାମାରୀ କରୋନା ପାଇଁ ଚଳିତଚବର୍ଷ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କର ପୂର୍ବବର୍ଷର ପରୀକ୍ଷାଫଳକୁ ଦେଖି ସରକାର ଏହି ପରୀକ୍ଷାଫଳ ପ୍ରକାଶ କରିଛନ୍ତି । ଏହି ପରୀକ୍ଷା ଫଳରେ ଯେଉଁ ଛାତ୍ରଛାତ୍ରୀମାନେ ଅସନ୍ତୁଷ୍ଟ ରହିବେ ସେମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ । ଏ ସଂପର୍କୀତ ନୋଟିଫିକେସନ ପରିଷଦ ପକ୍ଷରୁ ଖୁବ୍‌ଶୀଘ୍ର ପ୍ରକାଶ ପାଇବ ।

hiranchal ad1
Leave A Reply

Your email address will not be published.

3 + 12 =