ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

0 109

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ରେଜଲ୍ଟ  । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସାମ୍ବାଦିକ ସମ୍ମିଳନୀ ଜରିଆରେ ଫଳ ଘୋଷଣା କରିଛନ୍ତି  । ବିଜ୍ଞାନରେ ଚଳିତବର୍ଷ ୯୫.୧୫ ପ୍ରତିଶତ ରେଜଲ୍ଟ ହୋଇଛି  । ସେହିପରି ବାଣିଜ୍ୟରେ ମଧ୍ୟ ୯୪.୯୩ ପ୍ରତିଶତ ମାର୍କ ହୋଇଥିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ  ।

ଚଳିତବର୍ଷ ବିଜ୍ଞାନରେ ମୋଟ ୮୯ ହଜାର ୯୯୧ ଜଣ ଛାତ୍ରଛାତ୍ରୀ ପାସ  ହୋଇଛନ୍ତି । ଏଥି ମଧ୍ୟରୁ ୫୦୧୯୮ ଜଣ ଛାତ୍ର ରହିଥିବାବେଳେ ୩୯୭୫୩ ଜଣ ଛାତ୍ରୀ ରହିଛନ୍ତି  । ସେହିପରି ସମୁଦାୟ ୫୫୪୬୮ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି  । ଅନ୍ୟପଟେ ବାଣିଜ୍ୟରେ ସମୁଦାୟ ୨୩ ହଜାର ୨୯୨ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା ନେଇ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ  ।

hiring

ଚଳିତବର୍ଷ +2 ପାଇଁ ଫର୍ମଫିଲାପ କରିଥିଲେ ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ । 55 ହଜାରରୁ ଅଧିକ ଛାତ୍ରଛାତ୍ରୀ ବିଜ୍ଞାନ ପାଇଁ ଫର୍ମଫିଲାପ କରିଥିଲେ । ଉଭୟ ବିଷୟରେ 12,3,508 ଜଣ ପରୀକ୍ଷାର୍ଥୀ ରହିଛନ୍ତି । ରାତି ୮ଟାରେ chseodisha.nic.in ଏବଂ orissaresults.nicରେ ରେଜଲ୍ଟ ଦେଖିପାରିବେ ପିଲା । କରୋନା ପାଇଁ ଏଥର ପରୀକ୍ଷା ହୋଇନଥିବା ବେଳେ ପୂର୍ବ ପରୀକ୍ଷା ଆଧାରରେ ପରୀକ୍ଷା ଫଳ ଘୋଷଣା କରାଯାଇଛି ।

ସେପଟେ ପରୀକ୍ଷା ଫଳରେ ସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ । ତେବେ କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ଫଳ ପରବର୍ତ୍ତି ପର୍ଯ୍ୟାୟରେ ପ୍ରକାଶ ପାଇବ ବୋଲି ଶିକ୍ଷା ବିଭାଗ ତରଫରୁ ଘୋଷଣା କରାଯାଇଛି  ।

hiranchal ad1
Leave A Reply

Your email address will not be published.

sixteen − 3 =