ମ୍ୟାଲେରିଆ ଦମନ କାର୍ଯ୍ୟକ୍ରମ ଅନୁଷ୍ଠିତ

0 40

ଜି. ଉଦୟଗିରି, ୨୭/୬- ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକାପୋଡି ଉପ -ସ୍ୱାସ୍ଥ୍ୟ କେନ୍ଦ୍ରର ମୁକୁଲିଙ୍ଗିଆ ଗ୍ରାମରେ ମ୍ୟାଲେରିଆ ଦମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମ୍ୟାଲେରିଆରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପକରଣ ଯଥା ରକ୍ତ ପରୀକ୍ଷା, ମଶାରୀର ବ୍ୟବହାର, ମାଆ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆଦି ସେବା ଲୋକଙ୍କୁ ଯୋଗାଇ ଦିଆଯାଇଥିଲା । ଜି. ଉଦୟଗିରି ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀ ରାଜକୁମାର ରଥ ଓ ବନିତା ପ୍ରଧାନଙ୍କ ସମେତ ମନୋରଞ୍ଜନ ମହାପାତ୍ର, ନେତ୍ର ମଲ୍ଲିକ, ସ୍ନିଗ୍ଧାରାଣୀ ଭୁକ୍ତା ଓ ଆଶା ଅଙ୍ଗନୱାଡି ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

ten + seven =