ଜିଲ୍ଲାରେ ସଂସ୍କୃତି ଭବନ ନିର୍ମାଣ ହେବ କେବେ ?

0 95

ପାରଳାଖେମୁଣ୍ଡି,୩୦/୧୧- ଗଜପତି ଜିଲ୍ଲା ଏକ କଳା ସଂସ୍କୃତିର ସହର ଅଟେ । ଏଠାରେ କଳାକାର ମାନଙ୍କ ସକାଶେ ଏକ ସଂସ୍କୃତି ଭବନ ନିର୍ମାଣ ହୋଇପାରୁନାହିଁ । ଫଳରେ ସଂସ୍କୃତି ପ୍ରେମୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି । ଜିଲ୍ଲାର କଳା ଓ ସଂସ୍କୃତିର ଜାତୀୟ ଓ ଆନ୍ତର୍ଜାତୀୟ ବିଶ୍ୱ ଦରବାରରେ କଳା ଓ ସଂସ୍କୃତିକୁ ପରିପୁଷ୍ପଟିତ କରି ନିଜର ପ୍ରତିଭାକୁ କଳାକାର ମାନଙ୍କର ଇଛାଶକ୍ତି ରହିଛି । ଜିଲ୍ଲାର ଗର୍ବ ଓ ଗୌରବକୁ କଳାକାରମାନେ ସୁନାମ ଅର୍ଜନ କରିପାରୁଛନ୍ତି । ଜିଲ୍ଲାର ପ୍ରଥମ ରଙ୍ଗମଞ୍ଚ ନାଟକ ଅନୁଷ୍ଠିତ ହୋଇଥିବା ସହର କଳାକାରମାନଙ୍କ ପାଇଁ କଳାକାରମାନେ ଉତ୍ସ ।ହିତ ଥିବା ବେଳେ ସେମାନଙ୍କ ପାଇଁ ଆଜିପର୍ଯ୍ୟନ୍ତ ସଂସ୍କୃତି ଭବନଟିଏ ହୋଇପାରିଲା ନାହିଁ । ପ୍ରକାଶ ଥାଉକି ସହରରେ ସରକାରୀ ସ୍ତରରେ ଉପଯୁକ୍ତ ସ୍ଥାନ ନିରୂପଣ କରାଯାଇ ପାରୁନଥିବାରୁ ସଂସ୍କୃତି ଭବନ ନିର୍ମାଣ ହୋଇପାରୁନାହିଁ ବୋଲି ଶୁଣିବାକୁ ମିଳୁଛି । ୨୦୧୦ ମସିହାରୁ ଆସିଥିବା ଆର୍ଥିକ ଅନୁଦାନ ଖର୍ଚ୍ଚ ନ ହୋଇପଡିରହିଛି ଏକାଦର୍ଶ କମିଶନଙ୍କ ଅନୁଦାନ ୨୦ ଲକ୍ଷ ଟଙ୍କା ଏହି ଜିଲ୍ଲାକୁ ସଂସ୍କୃତି ଭବନ ସକାଶେ ଆସିଥିଲେ ସୁଦ୍ଧା ଦଶବର୍ଷ ହେଲା ଏହି ଆର୍ଥିକ ରାଶି ସଂସ୍କୃତି ଭବନ ସକାଶେ ଖର୍ଚ୍ଚ ହେଇପାରୁନଥିବା ଦୁଃଖଦ ଓ ପରିତାପର ବିଷୟ ଅଟେ । ସରକାରୀ ସ୍ତରରେ ଯଥାଶୀଘ୍ର ସ୍ଥାନ ନିରୂପଣ କରି ସଂସ୍କୃତି ଭବନ ନିର୍ମାଣ ହୋଇପାରିଲେ ଜିଲ୍ଲାବାସୀ ଉପକୃତ ହୋଇପାରନ୍ତେ ।

hiranchal ad1
Leave A Reply

Your email address will not be published.

seventeen + 3 =