ଜିଲ୍ଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ

0 112

ପାରଳାଖେମୁଣ୍ଡି,୩୦ା୪ : ଗଜପତି ଜିଲ୍ଲାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅବସରେ ପ୍ରାଣୀ ସଂପଦ ବିକାଶ ବିଭାଗ ଦ୍ୱାରା ବିଭିିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥି ଉପଲକ୍ଷେ ସକାଳ ୭ଘଣ୍ଟା ସମୟରେ ଗୋଷାଣୀ ବ୍ଲକ ଢାମୁଣୀଗାଁ ଠାରେ ଏକ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ୯୧ଗୋଟି ଗାଈ, ମଇଁଷି ଓ ଛେଳିର ଚିକିତ୍ସା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା । ଏହାପରେ ସକାଳ ୧୦ଘଣ୍ଟା ସମୟରେ ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲାପରିଷଦ ସମ୍ମିଳନୀକକ୍ଷରେ ରାଜ୍ୟସ୍ତରୀୟ ଉତ୍ସବ ପାଳନର ସିଧା ପ୍ରସାରଣର ବ୍ୟବସ୍ଥା ହୋଇଥିଲା । ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ, ଅଗ୍ରଣୀ ଚାଷୀ, ସ୍ୱୟଂ ସହାୟକ ଦଳର ସଦସ୍ୟାମାନେ ଉପସ୍ଥିତ ରହି ଏହି ରାଜ୍ୟସ୍ତରୀୟ ଉତ୍ସବପାଳନକୁ ଦେଖିଥିଲେ । ଏହାପରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଗିରିଶ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସାଧାରଣ ସଭାକୁ ଡାକ୍ତର ଅମିତ ପଟ୍ଟନାୟକ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଶ୍ରୀ ପଣ୍ଡା ନିଜ ଅଭିଭାଷଣରେ ପ୍ରାଣୀ ଚିକିତ୍ସକମାନଙ୍କର ମହତ୍ୱ ବର୍ଣ୍ଣନା କରିବା ସହିତ ମାନବ ସମାଜରେ ଅନ୍ୟ ପ୍ରାଣୀମାନଙ୍କର ଗୁରୁତ୍ୱ ବର୍ଣ୍ଣନା କରିଥିଲେ । ସମ୍ମାନୀତ ଅତିଥିଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାଏକ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତରେ ଗୋରୁମାନଙ୍କ ପାଇଁ ହଷ୍ଟେଲ ବା ଆବସ ନିର୍ମାଣ ପାଇଁ ପ୍ରାଣୀ ଚିକିତ୍ସକମାନଙ୍କ ଆନ୍ତରିକ ସହଯୋଗ କାମନା କରିଥିଲେ । ଅନ୍ୟତମ ଅତିଥିଭାବେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଭିକ୍ଟୋରିଆ ଖାନ୍‌ ସମାଜରେ ପ୍ରାଣୀ ଚିକିତ୍ସକ ମାନଙ୍କର ଆବଶ୍ୟକତା ବିଷୟରେ ମତାମତ ରଖିଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାମଦେବ ସିଂ ପ୍ରାଣୀ ଚିକିତ୍ସକମାନଙ୍କୁ ଶ୍ରେଷ୍ଠ ଚିକିତ୍ସକ ବୋଲି ଅଭିହିତ କରିଥିଲେ । ସଭାପତି ଡାକ୍ତର ମହାନ୍ତି ତାଙ୍କ ଅଭିଭାଷଣରେ ପ୍ରାଣୀ ଚିକିତ୍ସକମାନେ ଗଜପତି ଜିଲ୍ଲାର ପ୍ରାଣୀ ସମ୍ପଦର ବିକାଶରେ ଅବିରତ କାର୍ଯ୍ୟ କରିବାପାଇଁ ଏବଂ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତିରେ ନିଃସର୍ତ୍ତ ସହଯୋଗ କରିବା ପାଇଁ ଶପଥ ନେବା ପାଇଁ କହିଥିଲେ । ଏହି ଅବସରରେ ଜିଲ୍ଲାରେ ଉନ୍ନତ ସେବା ଯୋଗାଇ ଦେଇଥିବା ଲାଗି ପ୍ରାଣୀଚିକିତ୍ସକମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ସେମାନେ ହେଲେ ଶ୍ରେଷ୍ଠ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଭାବେ ଡାକ୍ତର ବିରଞ୍‌ôଚ ନାରାୟଣ ମିଶ୍ର, ଶ୍ରେଷ୍ଠ ପ୍ରାଣୀ ଚିକିତ୍ସକ ଭାବେ ଡାକ୍ତର ଅଭିଜିତ୍‌ ମିଶ୍ର, ଶ୍ରେଷ୍ଠ ଅତିରିକ୍ତ ପ୍ରାଣୀଚିକିତ୍ସକ ଡାକ୍ତର ଏସ୍‌.କାମେଶ୍ୱର ରେଡ୍ଡି, ଶ୍ରେଷ୍ଠ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ଭାବେ ଡାକ୍ତର ଲିପିଲେଖା ସ୍ୱାଇଁ, ଶ୍ରେଷ୍ଠ ସଂପ୍ରସାରଣ ଅଧିକାରୀ ଡାକ୍ତର ବିରେନ୍ଦ୍ର କୁମାର ପଣ୍ଡା, ଉତ୍ସର୍ଗୀକୃତ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ସାମଲ, ଶ୍ରେଷ୍ଠ ପ୍ରାଣୀଧନ ନିରୀକ୍ଷକ ଗୋବିନ୍ଦ ପ୍ରଧାନ ପ୍ରମୁଖ । ସେହିପରି ପ୍ରାଣୀ ସମ୍ପଦର ବିକାଶରେ ଉଲ୍ଲେଖନୀୟ ଅବାଦନ ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକର ଚାଷୀମାନଙ୍କୁ ୧୦୦୦ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ସେମାନେ ହେଲେ ମୋହନା ବ୍ଲକର କୁକୁଡା ଚାଷୀ ଗଡସ୍ମିତ ରଇତ, ଆର୍‌.ଉଦୟଗିରି ବ୍ଲକର ଗାଇ ଓ ଛେଳିଚାଷୀ ସୁଦର୍ଶନ ରଇତ, ନୂଆଗଡ ବ୍ଲକର କୁକୁଡା ଚାଷୀ ଶିଳ୍ପରାଣୀ ବିଷୋୟୀ, ରାୟଗଡ ବ୍ଲକର କୁକୁଡା ଚାଷୀ ବିଜୟଲକ୍ଷ୍ମୀ ସ୍ୱୟଂ ସହାୟକ ଦଳ, ଗୁମ୍ମା ବ୍ଲକର ଛେଳିଚାଷୀ ଷ୍ଟାର ଶକ୍ତି ଦଳ, କାଶୀନଗରର କୁକୁଡା ଚାଷୀ ପି.ଜଗଦୀଶ୍ୱର ରାଓ ଏବଂ ଗୋଷାଣୀ ବ୍ଲକର ମଇଁଷି ପାଳନ ଚାଷୀ ଭାବେ ଏମ୍‌.ରାମକୃଷ୍ଣ ପ୍ରମୁଖ । ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉପଖଣ୍ଡ ପ୍ରାଣ ଚିକିତ୍ସାଧିକାରୀ ଡାକ୍ତର ରମାକାନ୍ତ ରଣା ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସର ମହତତ୍ୱ ବିଷୟରେ ଅଭିଭାଷଣ ରଖିବା ସହ ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନର ଗୁରୁତ୍ୱ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଶେଷରେ ଉପ ନିର୍ଦ୍ଦେଶକ ଡାକ୍ତର ବିଦ୍ୟୁତ ଶେଖର ମିଶ୍ର ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ କବିତା ପାଠ କରିବା ପରେ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

11 − seven =