ଅବକାରୀ ଚଢ଼ାଉ ୧୫୬୦କିଲୋ ମହୁଲ ଜବତ, ଜଣେ ଗିରଫ

0 261

ବାଲିଗୁଡ଼ା,୩୦/୪: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ସିମନବାଡ଼ି ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୧୫୬୦ କିଲୋ ବେଆଇନ ମହୁଲ ଜବତ କରିବାସହ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ବେଆଇନ ଭାବେ ମହୁଲ କିଣି ଗଚ୍ଛିତ ରଖିବା ଅଭିଯୋଗରେ ସିମନବାଡ଼ି ଗ୍ରାମର ବିଦ୍ୟାଧର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ବାଲିଗୁଡା ଅବକାରୀ ବିଭାଗ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବେହେରା ସୂଚନା ପ୍ରଦାନ କରିଛନ୍ତି । ଗିରଫ ବ୍ୟକ୍ତିଙ୍କ ବାସଗୃହ ସମେତ ତାଙ୍କର ବିଭିନ୍ନ ଗୋଦାମ ଗୃହରୁ ଅବକାରୀ ବିଭାଗର ଏକ ଟିମ୍‌ ୫୨ବସ୍ତା ମହୁଲ ଯାହାର ଓଜନ ୧୫୬୦ କିଲୋ ତାହା ଜବତ କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଦାରିଙ୍ଗବାଡି ଥାନା ସିମନବାଡ଼ି ଗ୍ରାମରେ ବିଦ୍ୟାଧର ସାହୁ ବିନା ଲାଇସେନ୍ସରେ ମହୁଲ କାରବାର କରୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବାପରେ ଜିଲ୍ଲା ଅବକାରୀ ବିଭାଗ ନିର୍ଦ୍ଦେଶକ୍ରମେ ରାଇକିଆ ଅବକାରୀ ଟିମ୍‌ ଓ ବାଲିଗୁଡା ଅବକାରୀ ଟିମ୍‌ ମିଳିତଭାବେ ଚଢ଼ାଉକରି ବିଦ୍ୟାଧର ସାହୁଙ୍କୁ ଗିରଫ କରିବାସହ ୧୫୬୦କିଲୋ ମହୁଲ ଜବତ କରିଥିଲେ । ଏନେଇ ରାଇକିଆ ଅବକାରୀ ବିଭାଗ ଦ୍ୱାରା କେଶ ନମ୍ବର ୧୦/୨୨ ରେ ଏକ ମାମଲା ରୁଜୁ କରାଯାଇଥିବା ନେଇ ରାଇକିଆ ଭାରପ୍ରାପ୍ତ ଅଧିକାରୀ ଶାନ୍ତନୁ କୁମାର ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

9 + ten =