ଓହରିଲେ ଜାଡେଜା, ପୁଣି ସିଏସକେର ନେତୃତ୍ୱ ନେବେ ଧୋନୀ

0 82

ନୂଆଦିଲ୍ଲୀ: ପୁଣି ଥରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ହେବେ ମହେନ୍ଦ୍ର ସିଂହ ଧୋନୀ। ଟୁର୍ଣ୍ଣାମେଣ୍ଟ ମଝିରେ ଅଧିନାୟକ ପଦ ଛାଡିବାକୁ ରବୀନ୍ଦ୍ର ଜାଡେଜା ନିଷ୍ପତ୍ତି ନେଇଛନ୍ତି। ତାଙ୍କର ଏମିତି ନିଷ୍ପତ୍ତି ସଭିଙ୍କୁ ଚକିତ କରିଛି। ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ ଏହାର ଘୋଷଣା କରିଛି। ଏହି ସବୁ ଘଟଣାକ୍ରମ ସେହି ସମୟ ଘଟିଛି, ଯେତେବେଳେ ଚେନ୍ନାଇର ଚଳିତ ଆଇପିଏଲର ଖରାପ ପ୍ରଦର୍ଶନ ଜାରି ରହିଛି ଏବଂ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବାର ଦ୍ଵାର ଦେଶରେ ଛିଡା ହୋଇଛି।

hiring

ଚେନ୍ନାଇ ସୁପର କିଙ୍ଗ୍ସ ଶନିବାର ଜାରି ପ୍ରେସ ବିଜ୍ଞପ୍ତିରେ ଏହାର ସୂଚନା ଦେଇଛି। ଚେନ୍ନାଇ ନିଜର ବୟାନରେ କହିଛି ଯେ, ରବୀନ୍ଦ୍ର ଜାଡେଜା ନିଜ ଖେଳ ଉପରେ ଧ୍ୟାନ ଦେବା ପାଇଁ ଏମଏସ ଧୋନୀଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଭାର ସମ୍ଭାଳିବାକୁ ଅପିଲ୍ କରିଛନ୍ତି। ଏମଏସ ଧୋନୀ ମଧ୍ୟ ଏହାକୁ ସ୍ଵୀକାର କରିଛନ୍ତି ଏବଂ ଅଧିନାୟକ ଦାୟିତ୍ଵ ସମ୍ଭାଳିବାକୁ ସହମତି ପ୍ରକାଶ କରିଛନ୍ତି।

hiranchal ad1
Leave A Reply

Your email address will not be published.

7 + 2 =