ବାଙ୍ଗାଲୋରର ୟୁନାଇଟେଡ଼ ୱେ ସଂସ୍ଥା ପକ୍ଷରୁ ଜିଲ୍ଲା-ପ୍ରଶାସନକୁ ୧୦୦ଟି ଜୁମ୍ବୋ ଅକ୍ସିଜେନ ସିଲିଣ୍ଡର ଦାନ

0 60

ଗଜପତି,୨୬/୬- କରୋନା ସମୟରେ ବିଭିନ୍ନ ସ୍ଥାନରେ ଅକ୍ସିଜେନର ଅଭାବ ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ବାଙ୍ଗାଲୋର ସ୍ଥିତ ୟୁନାଇଟେଡ଼ ୱେ ସଂସ୍ଥା ପକ୍ଷରୁ ଗଜପତି ଜିଲ୍ଲାରେ ଥିବା ତାଙ୍କର ଅଂଶୀଦାର ସହଯୋଗୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାମୁଦାୟିକ ବିକାଶ ସଂସ୍ଥା ମାଧ୍ୟମରେ ଜିଲ୍ଲା ପ୍ରଶାସନକୁ ୧୦୦ ଗୋଟି ଜୁମ୍ବୋ ଅକ୍ସିଜେନ ସିଲିଣ୍ଡର ଦାନଭାବେ ପ୍ରଦାନ କରାଯାଇଛି । ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଓ ସିଡିଏମଓ ଡା. ପ୍ରଦୀପ କୁମାର ପାତ୍ରଙ୍କୁ ଏହି ୧୦୦ ଗୋଟି ଜୁମ୍ବୋ ଅକ୍ସିଜେନ ସିଲିଣ୍ଡର ସିସିଡି ସଂସ୍ଥାର ମୁଖ୍ୟ ଶ୍ରୀ ଏ ଜଗନ୍ନାଥ ରାଜୁଙ୍କ ଦ୍ୱାରା ହସ୍ତାନ୍ତର କରାଯାଇଥିଲା । ଏହି ଜୁମ୍ବୋ ଅକ୍ସିଜେନ ସିଲିଣ୍ଡର ତଥା କୋଭିଡ ରିଲିଫ ଉପକରଣ ଜିଲ୍ଲା ଚିକିତ୍ସାଳୟର ଦକ୍ଷତା ଉନ୍ନତିରେ ବିଶେଷ ସାହାଯ୍ୟ କରିବ । ଏସବୁ ଜୁମ୍ବୋ ଅକ୍ସିଜେନ ସିଲିଣ୍ଡର ଜିଲ୍ଲାରେ ଦେଖାଦେଇଥିବା କୋଭିଡ ସମୟରେ ଅକ୍ସିଜେନ ଜନିତ ଅଭାବନୀୟ ପରିସ୍ଥିତିକୁ ବହୁମାତ୍ରାରେ ସମାଧାନ କରିପାରିବ ।
ଏ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଅଧିକ ସୂଚନା ଦେଇ କହିଛନ୍ତି ଯେ ବର୍ତ୍ତମାନ କରୋନା ମହାମାରୀ ସମୟ ଚାଲିଛି ଏବଂ ଦ୍ୱିତୀୟ ଲହର କମିବାରେ ଲାଗିଛି । କିନ୍ତୁ ଆମ ଜିଲ୍ଲାରେ ଯେଉଁ ସକ୍ରିୟ ଭାବେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିସିଡି କାର୍ଯ୍ୟ କରୁଛି , ତାଙ୍କର ଯେଉଁ ଫଣ୍ଡିଙ୍ଗ ଅରଗାନାଇଜେସନ ବାଙ୍ଗାଲୋରରେ ୟୁନାଇଟେଡ଼ ୱେ ରହିଛି ସେହି ତରଫରୁ ସେମାନେ ଜିଲ୍ଲା ପ୍ରଶାସନଙ୍କୁ ୧୦୦ ଗୋଟି ଜୁମ୍ବୋ ଅକ୍ସିଜେନ ସିଲିଣ୍ଡର ଏବଂ ଅନ୍ୟାନ୍ୟ କୋଭିଡ ରିଲିଫ ଉପକରଣ ଦେବାପାଇଁ ଅନୁରୋଧ କରିଥିଲେ । ତାଙ୍କ ଅନୁରୋଧକୁ ଗଜପତି ଜିଲ୍ଲା ପ୍ରଶାସନ ଗ୍ରହଣ କରିଛନ୍ତି ଏବଂ ଆଗାମୀ ଦିନରେ ଆହୁରି ଅନେକ କୋଭିଡ ରିଲିଫ ଉପକରଣ ସବୁ ଜିଲ୍ଲା ପ୍ରଶାସନଙ୍କୁ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟତଃ ଜିଲ୍ଲାରେ ଆବଶ୍ୟକତା ସମୟରେ ଅକ୍ସିଜେନ ଯୋଗାଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ । ଯାହାକି ଦ୍ୱିତୀୟ ଲହରରେ ଆମର ଅକ୍ସିଜେନର ଆବଶ୍ୟକତା ଅଧିକ ରହିଥିଲା । ଆଗାମୀ ଦିନରେ ଏହି ସାହାଯ୍ୟ ଜିଲ୍ଲା ପ୍ରଶାସନକୁ ନିଶ୍ଚିତ ଭାବେ କୋଭିଡ ସମୟରେ ଅକ୍ସିଜେନ ପରିଚାଳନାର ସୁସ୍ଥ ଭିତ୍ଥିଭୂମିକୁ ସୁଦୃଢ଼ କରିବାରେ ବେଶ ସହାୟକ ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ଅନୁପମ ଶାହା କହିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଦାୟିତ୍ୱରେ ଥିବା ଡିଆଇପିଆରଓ ପ୍ରଭାକର ତ୍ରିପାଠୀ, ଡିସିପିୟୁ ଅରୁଣ କୁମାର ତ୍ରିପାଠୀ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଡିଏମ୍‌ଆରସିଏଚ ସୁଶାନ୍ତ ପ୍ରସାଦ ନାୟକ , ସିସିଡି ଅନୁଷ୍ଠାନର ବହୁ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

four × 2 =