ବିଜେପିର ଜିଲ୍ଲା କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ

0 96

ଗଜପତି,୨୦/୧୦- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ବିଜେପି ଜିଲ୍ଲା ସଭାପତି କେ. ନାରାୟଣ ରାଓଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବ କାଶୀନଗର ବ୍ଳକର ଶିଆଳି ପଞ୍ଚାୟତର ସାନ୍ତାଗୁଡା ଗ୍ରାମର ବିଭିନ୍ନ ଦଳର ଲୋକ ଆଜି ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚି ବିଜେପିରେ ଯୋଗ ଦାନ କରିଛନ୍ତି । ସେମାନଙ୍କୁ ବିଜେପି ଜିଲ୍ଲା ସଭାପତି ତଥା ପାରଳା ବିଧାୟକ କେ ନାରାୟଣ ରାଓ ସ୍ୱାଗତ କରିବା ସହ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଦଳୀୟ ଉତ୍ତରୀୟ ଦେଇ ସେମାନଙ୍କୁ ସ୍ୱାଗତ କରିଥିଲେ । ବିଜେପିର ଏହି ମିଶ୍ରଣ ପର୍ବ ଫଳରେ ବିଜେପି ତୃଣମୂଳ ସ୍ତରରେ ସୁଦୃଢ ହେବାସହ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ସ୍ତରରେ ବିଜେପି ବାଜିମାତ କରିବ । ଏହି ମିଶ୍ରଣ ପର୍ବରେ କାଶୀନଗର ବ୍ଳକ ଅଧ୍ୟକ୍ଷ ସିଏଚ ସୀମାଦ୍ରୀ, ଜିଲ୍ଲା କୃଷକମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ, ଜିଲ୍ଲା ଯୁବ ସଭାପତି ସନ୍ତୋଷ କୁମାର ଜେନା ଉମାଶଙ୍କର ଗନ୍ତାୟତଙ୍କ ସହ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

18 − 17 =