ବିଜୁଳି ଶୁକ୍ଲ ବୃଦ୍ଧି ପ୍ରତ୍ୟାହାର ଓ ଘନ ଘନ ବିଜୁଳି ବିଭ୍ରାଟକୁ ନେଇ ଗଜପତି ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ

0 61

ପାରଳାଖେମୁଣ୍ଡି,୬/୧୦- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ସରକାରଙ୍କ ବିଜୁଳି ଶୁକ୍ଳ ବୃଦ୍ଧି ପ୍ରତ୍ୟାହାର, ଜିଲ୍ଲାରେ ବାରମ୍ବାର ବିଜୁଳି ବିଭ୍ରାଟ ଓ ଅଘୋଷିତ ବାରମ୍ବାର ବିଦ୍ୟୁତ କାଟ ପ୍ରତିବାଦରେ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିସହିତ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଲାପାଳଙ୍କ ଦାୟିତ୍ୱରେ ଥିବା ସଂଗ୍ରାମ ଶେଖର ପଣ୍ଡାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ବହୁ ସଂଖ୍ୟାରେ ବିଜେପି କର୍ମୀ ଓ ନେତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କରୋନା ମହାମାରୀ ସମୟରେ ବହୁ ଗରିବ ଖଟିଖିଆ କୁଲିମଜୁରିଆ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ସେମାନଙ୍କର ଜୀବନ ଜୀବିକା ହରାଇ ଦୁର୍ଦ୍ଦିନରେ ଦିନ କାଟୁଥିବା ବେଳେ ଏହିଭଳି ସମୟରେ ରାଜ୍ୟ ସରକାର ବିଦ୍ୟୁତ ଶୁଳ୍କ ୟୁନିଟ ପିଛା୨୦ ପଇସା ବୃଦ୍ଧି କରିବା ଏହା ଲୋକଙ୍କୁ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି । ଏହାକୁ ରାଜ୍ୟ ସରକାର ତୁରନ୍ତ ପ୍ରତ୍ୟାହାର କରି ନିଅନ୍ତୁ ନଚେତ ଆଗାମୀ ଦିନରେ ଏହାର ପ୍ରତିବାଦ ବିଜେପି ପକ୍ଷରୁ ଜୋରଦାର କରାଯିବ । ଜିଲ୍ଲାରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ହେବା ସହ ଅଘୋଷିତ ବିଦ୍ୟୁତ କାଟପ୍ରତି ଜନସାଧାରଣ ଓ ଛାତ୍ରଛାତ୍ରୀ ଅତିଷ୍ଠ ହୋଇପଡିଲେଣି । ଛାତ୍ରଛାତ୍ରୀମାନଙ୍କୁ ଅନ ଲାଇନରେ ପାଠ ପଢା ହେଉଥିବା ବେଳେ ବାରମ୍ବାର ବିଦ୍ୟୁତ କାଟ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ନୃସିଂହ ଚରଣ ପଟ୍ଟନାୟକ, ଜାମାଦାର ପଟ୍ଟନାୟକ, ସି ଏଚ ତାରକେଶ୍ୱରୀ,ଜଗନ୍ନାଥ ମହାପାତ୍ର, ଶ୍ୟାମ ସୁନ୍ଦର ପାଣିଗ୍ରାହୀ, ସି ଏଚ ସୀମାଦ୍ରୀ ଅରୁଣୀମା ସାହୁ, ଜୀ ଶ୍ରୀଧର ନାଇଡୁଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

4 − three =