ପେଣ୍ଟିଂର ଦାମ୍ ଏତିକି ଟଙ୍କା

0 109

ପ୍ରସିଦ୍ଧ ଫ୍ରେଞ୍ଚ୍ କଳାକାର କ୍ଲାଉଡ୍ ମୋନେଟ୍‌ଙ୍କ ମନ ମୁଗ୍ଧକର ୱାଟର୍ ଲିଲିଜ୍‌(ନୀଳକମଳ) ପେଣ୍ଟିଂ ୫.୪୦ କୋଟି ଡଲାର୍‌ରେ ବିକ୍ରି ହୋଇଛି । ମୋନେଟ୍‌ଙ୍କୁ ଏ ପର୍ଯ୍ୟନ୍ତ ତାଙ୍କ କାଳାକୃତି ପାଇଁ ସମଗ୍ର ବିଶ୍ୱରେ ଦ୍ୱିତୀୟ ବୃହତ୍ତମ ରାଶି ପ୍ରାପ୍ତ ହୋଇଛି । ତାଙ୍କ ଚିତ୍ରକୁ ସ୍ଥାନୀୟ ସୋଥ୍‌ବୀ ନିଲାମିରେ ନିଲାମ କରାଯାଇଛି । ୱାଟର୍ ଲିଲି ଶତାବ୍ଦୀର ସବୁଠୁ ଚର୍ଚ୍ଚିତ ପେଣ୍ଟିଂ ବୋଲି ନିଲାମକର୍ତ୍ତା ଏକ ବକ୍ତବ୍ୟରେ କହିଛନ୍ତି । ଜଣେ ଅଜଣା ବ୍ୟକ୍ତି ନିଲାମରେ ଏହାକୁ କିଣିଛନ୍ତି । ମୋନେଟ୍ ଏହି ପ୍ରଭାବଶାଳୀ ପେଣ୍ଟିଂକୁ ଗିଭେନ୍ସୀରେ ନିଜ ବଗିଚାର ନୀଳକମଳ ପୋଖରି ପାଖରେ କରିଥିଲେ । ନ୍ୟୁୟର୍କର ମଡର୍ଣ୍ଣ ଆଟ୍ ମ୍ୟୁଜିୟମ୍ ଏବଂ ପ୍ୟାରିସ୍‌ର ମ୍ୟୁଜି ନ୍ୟାସନାଲ୍ ଡି’ଆର୍ଟ ମଡର୍ଣ୍ଣୀ ଆଦି ବିଶ୍ୱର ଶ୍ରେଷ୍ଠ ଆର୍ଟ ଗ୍ୟାଲେରୀରେ ଏହି ଚିତ୍ର ସ୍ଥାନ ପାଇଥିଲା ।

hiranchal ad1
Leave A Reply

Your email address will not be published.

six − 1 =