ସୂଚନା ଫଳକ ଲାଗିଛି, ଗୋଷ୍ଠୀ କେନ୍ଦ୍ର ନାହିଁ

0 561

ବୌଦ୍ଧ/ଜହ୍ନାପଙ୍କ,୬/୧୦- ବୌଦ୍ଧ ବ୍ଳକର ବିଭିନ୍ନ ପଂଚାୟତର ଉନ୍ନୟନ କାର୍ଯ୍ୟରେ ସୂଚନା ଫଳକ ଲାଗୁନଥିବା ବେଳେ ଏହି ବ୍ଳକର ପଦ୍ମନପୁର ପଂଚାୟତ ପୂର୍ଣ୍ଣ ଚନ୍ଦ୍ର ହାଇସ୍କୁଲ ପଡିଆ ନିକଟରେ ସୂଚନା ଫଳକ ଲାଗିଥିବା ବେଳେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ନ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୂଚନାମତେ ୨ ବର୍ଷ ତଳେ ଗ୍ରାମ ଉନ୍ନୟନ ସଂସ୍ଥା ପକ୍ଷରୁ ୨ ଲକ୍ଷ ଟଙ୍କା ଅଟକଳରେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ଆମ ଗାଁ ଆମ ବିକାଶ ଅନୁଦାନ ଦିଆଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯାଇନାହିଁ, କେବଳ ସୂଚନା ଫଳକ ପଡି ରହିଛି । ଗୋଷ୍ଠୀ କେନ୍ଦ୍ର ହେବ ନା ସୂଚନା ଫଳକରେ ସୀମିତ ରହିବ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

12 + seven =