ସୁବର୍ଣ୍ଣପୁର: ହାଥରସ୍‌ ଗଣଦୁଷ୍କର୍ମ ଓ ହତ୍ୟା ବିରୁଦ୍ଧରେ ମହିଳାଙ୍କ ବିକ୍ଷୋଭ

0 108

ସୋନପୁର,୬/୧୦ : ଉତ୍ତର ପ୍ରଦେଶର ହାଥରସ୍‌ ଠାରେ ୧୯ବର୍ଷର ଦଳିତ ଝିଅପ୍ରତି ହୋଇଥିବା ଅମାନୁଷିକ ଗଣଦୁଷ୍କର୍ମ ଓ ପରିଶେଷରେ ହତ୍ୟା ଭଳି ଏକ ଘୃଣିତ କାର୍ଯ୍ୟ କରିଥିବା ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାସହ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁବର୍ଣ୍ଣପୁର ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚର ଶତାଧିକ ମହିଳା ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ଦୋଷୀଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ନେବାପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କ ମାଧ୍ୟମରେ ପ୍ରେରଣ କରିଥିଲେ । ଏହି ବିକ୍ଷୋଭ ସମାବେଶରେ ମହିଳା ସଭାନେତ୍ରୀ ଜ୍ୟୋତିର୍ମୟୀ ରଥ, ସଂପାଦିକା ନୂର୍‌ ବେଗମ୍‌, ମୋନାଲିସା ଶତପଥି, ଅଞ୍ଜଳି ମୁଣ୍ଡା, ସୁଦେଷ୍ଣା କର୍ଣ୍ଣ, ଜମୁନା ଖଣ୍ଡାୟତ, ସଂଧ୍ୟା ତାଣ୍ଡି ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ମହିଳା ଉତ୍ତର ପ୍ରଦେଶ ସରକାର ଓ କେନ୍ଦ୍ର ସରକାର ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେବାସହ ହାଥରସ୍‌ ଘଟଣାର ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ ।

hiranchal ad1
Leave A Reply

Your email address will not be published.

twelve + ten =