ଯୁବକ ସଙ୍ଘ ପକ୍ଷରୁ ବୃକ୍ଷରୋପଣ

0 217

ଗଜପତି,୩/୭- ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡୀ ପଞ୍ଚାୟତର ପୁରୁଣା କେରାଣ୍ଡି ଗ୍ରାମରେ ୱାର୍ଡସଭ୍ୟ ସରୋଜଙ୍କ ନେତୃତ୍ୱରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ୭୩ ତମ ବନ ମହୋତ୍ସବ ଚାଲୁଥିବାବେଳେ ଯୁବକମାନେ ବନ ବିଭାଗ ପକ୍ଷରୁ ବିଭିନ୍ନ ଚାରା କିଣି ଆଣି ପୁରୁଣା କେରାଣ୍ଡି ଗ୍ରାମ ଶେଷଠାରୁ ବି ଏନ ପେଲେସ ପର୍ଯ୍ୟନ୍ତ ବିଭିନ୍ନ କିସମର ଚାରା ଲଗାଯାଇଛି । ଏହିଭଳି କାର୍ଯ୍ୟକ୍ରମକୁ ଗ୍ରାମବାସୀ ଯୁବକ ମାନଙ୍କୁ ଉତ୍ସ ।ହିତ କରିଛନ୍ତି । ଯୁବକମାନେ ଆଗକୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, ଧାର୍ମିକ, ସାମାଜିକ କାମରେ ସହଯୋଗର ହାତ ବଢ଼ାଇଥାନ୍ତି । ଏହି କାର୍ଯ୍ୟକ୍ରମରେ କିରଣ, ଦିଲ୍ଲୀପ, ସରୋଜ, ସନ୍ତୋଷ ଅର୍ଜୁନ, ପିଣ୍ଟୁ, ଜୟଚନ୍ଦ୍ରଙ୍କ ସମେତ ବହୁ ଯୁବକ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

nineteen − 7 =