ପ୍ରଧାନଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

0 103

କୋଣାର୍କ,୩/୭- କୋଣାର୍କ ଥାନା ଅନ୍ତର୍ଗତ ଝିଙ୍କିରିଆ ସଦାନନ୍ଦପୁର ପ୍ରକଳ୍ପ ପ୍ରଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ମହା ଆଡ଼ମ୍ବରରେ ରବିବାର ପୂର୍ବାହ୍ନରେ ବିଦ୍ୟାଳୟ କମିଟି ପକ୍ଷରୁ ପାଳିତ ହୋଇଯାଇଛି । ଆଦର୍ଶ ଶିକ୍ଷକ ତଥା ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସତ୍ୟନାରାୟଣ ସାହୁଙ୍କ ଅବସର ଗ୍ରହଣ ଉତ୍ସବରେ ଗୋପ ବ୍ଲକ ଶିକ୍ଷା ବିଭାଗର ଅନେକ ଅଧିକାରୀ ଓ ଶିକ୍ଷାବିତ ମାନେ ଯୋଗ ଦେଇ ତାଙ୍କ ଶିକ୍ଷକତା ଜୀବନର ଗୁଣଗାନ କରିବା ସହିତ ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳମୟ ହେବା ପାଇଁ କାମନା କରିଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସହ ଶିକ୍ଷାଅଧିକାରୀ ହିମାଂଶୁ ଶେଖର ସମର୍ଥା, ମୁଖ୍ୟବକ୍ତା ଭାବେ ଗୋପ ମଣ୍ଡଳ ଶିକ୍ଷା ଅଧିକାରୀ ସୁଶୀଲ କୁମାର ବ୍ରହ୍ମା, ବିଶିଷ୍ଟ ଅତିଥି ଭାବେ ଅଚ୍ୟୁତପୁର ସରପଞ୍ଚ ଶ୍ରୀମତୀ ରଶ୍ମିତା ଶତପଥୀ ଓ ଅନ୍ୟତମ ଅତିଥି ଭାବେ ଅଚ୍ୟୁତପୁର ସମିତିସଭ୍ୟା ମାନସୀ ପ୍ରଧାନ, ଶିକ୍ଷାବିତ ରାମ ନାରାୟଣ ମିଶ୍ର, ସୁଶାନ୍ତ କୁମାର ନାୟକ, ରାଜକିଶୋର ଜେନା, ଧିରେନ୍‌ କୁମାର ବୀଣା କର ଯୁବରାଜ ବିଶ୍ୱାଳ, ସମରେନ୍ଦ୍ର ସାମନ୍ତରାୟ, ଭାସ୍କର ସାହୁ, ଅକ୍ଷୟ ପରିଡା ଓ ଶିବଦତ ନାୟକ ପ୍ରମୁଖ ଯୋଗ ଦେଇ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସାହୁଙ୍କ ଶିକ୍ଷକତା ଜୀବନର ଗୁଣ ଗାନ କରିବା ସହିତ ତାଙ୍କର ପରବର୍ତ୍ତୀ ଜୀବନ ସୁଖମୟ ପାଇଁ କାମନା କରିଥିଲେ । ଏହି ଉତ୍ସବରେ ଶତାଧିକ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ବୁଦ୍ଧିଜୀବୀମାନେ ଯୋଗ ଦେଇ ଅବସର ନେଉଥିବା ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସତ୍ୟ ନାରାୟଣ ସାହୁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ନାଏବ ସରପଞ୍ଚ ସୁଦର୍ଶନ ସାହୁ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭାସ୍କର ସାହୁଙ୍କ ସମେତ ବିଦ୍ୟାଳୟ କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

one × two =