ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଗଜପତିର ଅଦ୍ୟାଶାଙ୍କ କୃତିତ୍ୱ

0 372

ଗଜପତି,୧୨/୫- ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟର ଦଶମଶ୍ରେଣୀ ଛାତ୍ରୀ ନିଜର ଶ୍ରେଷ୍ଠ ଜ୍ଞାନର ପରିଚୟ ଦେଇଛନ୍ତି । ନିକଟରେ ଆଇ.ଏ.ଏ.ସି ୨୦୨୧ ଦ୍ୱାରା ଆୟୋଜିତ ବିଶ୍ୱସ୍ତରୀୟ ଆଷ୍ଟ୍‌ରୋନୋମି ଏବଂ ଅଷ୍ଟ୍‌ରୋଫିଜିକ୍ସର ବିଭିନ୍ନ ପ୍ରଶ୍ନ ।ବଳିର ଉତ୍ତରଦେଇ ସଂପୂର୍ଣ୍ଣ ୨୫ ମାର୍କ ରୁ ୨୦ ମାର୍କ ହାସଲ କରିଛନ୍ତି । ଏହି କଠିନ ପରୀକ୍ଷାର ସମ୍ମୁଖୀନ ହୋଇ ସେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ । ଅନଲାଇନରେ ହୋଇଥିବା ଏହି ପ୍ରତିଯୋଗିତାରେ ବିଚାରକ ମଣ୍ଡଳୀ ଦ୍ୱାରା ପ୍ରଶଂସିତ ହୋଇଛନ୍ତି । ପୂର୍ବରୁ ଜାତୀୟସ୍ତରରେ ପ୍ରବନ୍ଧ ଏବଂ ଆଞ୍ଚଳିକ ସ୍ତରରେ ବକୃତା ପ୍ରତିଯୋଗିତାରେ ମଧ୍ୟ ପୁରସ୍କୃତ ହୋଇଥିଲେ । ତାଙ୍କର ଏହି ବିରଳ କୃତିତ୍ୱ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

1 × five =