୫-ଟି ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ

0 47

ଗଜପତି,୧୮/୫- ସରକାରଙ୍କ ୫-ଟି ଅନ୍ତର୍ଗତ ଗଜପତି ଜିଲ୍ଲାର ଦ୍ୱିତୀୟ ପର୍ଯ୍ୟାୟରେ ୪ଟି ବ୍ଳକର ୧୪ଟି ରୂପାନ୍ତରିତ ଉଚ୍ଚବିଦ୍ୟାଳୟର ୫୫ ଜଣ ଶିକ୍ଷକ /ଶିକ୍ଷୟତ୍ରୀଙ୍କୁ ନେତୃତ୍ୱ ବିକାଶ ଓ ଡିଜିଟାଲ କୌଶଳ ଭିତ୍ତିକ ୫ ଦିନିଆ ତାଲିମ ଶିବିର ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଓସେପା ଆନୁକୂଲ୍ୟରେ ଆୟୋଜନ କରାଯାଇ ଗତ ୧୬ତାରିଖରେ ଉଦଯାପିତ ହୋଇଯାଇଛି । ଏଥିରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନକରି ବିଦ୍ୟାଳୟ ଗୁଡିକରେ ସ୍ମାର୍ଟ କ୍ଲାସ, ବିଜ୍ଞାନଗାର ଓ ଇ -ପାଠାଗାରର ସୁବିନିଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସଙ୍ଗେସଙ୍ଗେ ପାରମ୍ପରିକ ପଦ୍ଧତିରେ ଓ ଇଲେକ୍‌ଟ୍ରୋନିକ ଓ ଡିଜିଟାଲ ପଦ୍ଧତିରେ ମିଳିତଭାବେ ଶିକ୍ଷାଦାନ ଦ୍ୱାରା ଶିକ୍ଷା ଦାନ ପ୍ରକ୍ରିୟା ସରଳ କରିବା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ, ପି. ଶିବ କୁମାର, ସାଥ ଇ ପ୍ରୋଗ୍ରାମ ମ୍ୟାନେଜେର ଓ ଏଲ. ଦିଲୀପ କୁମାର, ପ୍ରଶିକ୍ଷକ ଭାବେ ନିୟୋଜିତ ହୋଇ ପ୍ରଶିକ୍ଷଣ କାର୍ଯ୍ୟକୁ ସୂଚାରୁରୂପେ ପରିଚାଳନା କରିଥିଲେ । ମହାରାଜା ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ, ଲିଙ୍ଗରାଜ ପାଢୀ, ଧର୍ମା ରାଓ, ସନ୍ତୋଷ କୁମାର ଆଚରି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ତାଲିମ ଜିଲ୍ଲାର ସମସ୍ତ ଉଚ୍ଚବିଦ୍ୟାଳୟର ସବୁ ଶିକ୍ଷକ/ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ସମ୍ପ୍ରସାରିତ ହେବାର ଯୋଜନା ଥିବା କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ କରାଯାଇଅଛି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ସମସ୍ତ ଶିକ୍ଷକ/ ଶିକ୍ଷୟତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

three × one =