ମୁକୁଳା ଡ୍ରେନରେ ପଡି ଜଣେ ମୃତ

0 60

ପୁରୀ : ପୁରୀ ସହରରେ ଅଭାବନୀୟ ଘଟଣା । ମୁକୁଳା ଡ୍ରେନରେ ପଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡିନାହିଁ । ପୁରୀ ବଡ଼ ଦାଣ୍ଡ ମାର୍କେଟ ଛକରେ ଏହି ଘଟଣା ଘଟିଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ପୁରୀ ପ୍ରଶାସନକୁ ଦାୟୀ କରିଛନ୍ତି । ଗତ କିଛିଦିନ ତଳେ ଡ୍ରେନ ଉପରେ ସ୍ଲାବ ପକାଇବା ପାଇଁ ପୁରୀ ପୌର କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କେହି ଶୁଣି ନ ଥିବା ଅଭିଯୋଗ ହୋଇଛି । ପ୍ରଶାସନର ଅବହେଳା ଯୋଗୁଁ ଗୋଟିଏ ନିରୀହ ଜୀବନ ଚାଲି ଯାଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

hiranchal ad1
Leave A Reply

Your email address will not be published.

four × 1 =