ଜିଲ୍ଲାସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ, ଫଇସଲା ହେଲା ବହୁ ମାମଲା

0 48

ଦଶପଲ୍ଲା : ନୟାଗଡ଼ ଜିଲ୍ଲାପାଳଙ୍କ ସଭାଗୃହରେ ଜିଲ୍ଲାପାଳ ଡ.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଡ. ଟୁଡୁ ଲୋକମାନଙ୍କର ଅଭିଯୋଗ ଶୁଣିବା ସହିତ ପଞ୍ଜିକୃତ ୩୯ଟି ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ଭାବେ ୩୫ ଟି ଅଭିଯୋଗ, ସାମୁହିକ ୨ ଗୋଟି ଗ୍ରାମ ବିବାଦ ଶୁଣାଣି କରାଯାଇ ୫ ଗୋଟି କେଶର ତକ୍ରାଳ ସମାଧାନ କରାଯାଇଥିଲା । ଏଥି ସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଦୁଇ ଜଣ ଆବେଦନକାରୀଙ୍କୁ ୪୦୦୦୦/ ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା । ଅବଶିଷ୍ଟ କେସ ଗୁଡିକ ବିଚାର ନିମନ୍ତେ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ନୟାଗଡ଼ ଜିଲ୍ଲା ପାଇଁ ମଞ୍ଜୁର ହେଇଥିବା ମାଗଣା ଲାପଟପ୍‌ ବିଭିନ୍ନ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ଅଧ୍ୟୟନରତ ୪ ଜଣ ଛାତ୍ରଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ରଣପୁର ବ୍ଲକ୍‌ ରାଜ ସୁନାଖଳାର ବଳରାମ ମାଝୀ, ଆମ୍ବଝର ଗ୍ରାମର ସୁନିଲ୍‌ କୁମାର ରଥ, ନୟାଗଡ଼ ବ୍ଲକ କଞ୍ଚନବୀଲି ଗ୍ରାମର ନୀଳମାଧବ ଦାସ, ରଘୁନାଥ ପ୍ରସାଦ ଗ୍ରାମର ସୁରଜ କୁମାର ନାୟକଙ୍କୁ ଏହି ଲାପଟପ୍‌ ପ୍ରଦାନ କରାଯାଇଛି । ୨୦୧୩ / ୧୪ ମସିହାରୁ ଶୁଭାରମ୍ଭ କରାଯାଇଥିବା ଯୋଜନାରେ ନୟାଗଡ଼ ଜିଲ୍ଲାରୁ ୪୨ ଜଣ ଛାତ୍ର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଏହି ଯୋଜନାରେ ୭ ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବିବାହ ପ୍ରୋତ୍ସାହନ ରାଶି ସ୍ୱରୁପ ପ୍ରତ୍ୟେକଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କାର ଚେକ୍‌ ଜିଲ୍ଲାପାଳ ଡ. ପୋମା ଟୁଡୁ ପ୍ରଦାନ କରିଥିଲେ । ପରିଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଜିଲ୍ଲାପାଳଙ୍କ ଦ୍ୱାରା ଖବରକାଗଜ ବିତରକମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା । ଏହି ଜନ ଶୁଣାଣି ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ପହି, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଉପ-ଜିଲ୍ଲାପାଳ ଲଗ୍ନଜିତ ରାଉତ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ନୟାଗଡ଼ ପ୍ରମୁଖ ଉପସ୍ଥିତ ରହି ସମସ୍ୟା ଗୁଡ଼ିକର ଶୁଣାଣି କରିବାରେ ଜିଲ୍ଲାପାଳ ଡ.ପୋମା ଟୁଡୁଙ୍କୁ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

4 × 5 =