ଗ୍ୟାସ୍ ଲିକ ହୋଇ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

0 2,178

ବୌଦ୍ଧ – ଆଜି ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ରୋଷେଇ ଗ୍ୟାସ୍ ଲିକ ହୋଇ ଅଗ୍ନିକାଣ୍ଡ ଘଟିବାରୁ ବୌଦ୍ଧ ସହର ୫ନମ୍ବର ୱାର୍ଡ ସୁଦସାହିରେ ୨ ବଖରା ଘର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଛି I ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ବସ୍ ଷ୍ଟାଣ୍ଡ ପାଖ ସୁଲଭ ଶୌଚାଳୟ ସାମ୍ନାରେ ଥିବା ବିଶିଷ୍ଟ ତବଲା ବାଦକ ତଥା ପେନସନ ପ୍ରାପ୍ତ କଳାକାର ରବି ନାରାୟଣ ମହାରଣାଙ୍କ ରୋଷେଇ ଘରେ ଗ୍ୟାସ୍ ଲିକ ହୋଇ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଥିଲା l ତାଙ୍କର ୨ ବଖରା ଟିଣ ଛପର ଘର ଅଗ୍ନି କାଣ୍ଡରେ ଜଳି ଯିବା ସଂଗେ ସଂଗେ ଘରର ସମସ୍ତ ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇ ଯାଇଥିଲା l ଖବର ପାଇ ବୌଦ୍ଧ ଅଗ୍ନିଶମ ବିଭାଗର ଦୁଇଟି ଦମକଳ ପହଁଚି ନିଆଁକୁ ଆୟତ୍ତ କରିଥିଲେ | ଫଳରେ ପଡୋଶୀ ମାନଙ୍କ ଘରକୁ ନିଆଁ ବ୍ୟାପି ପାରିନଥିଲା l

hiranchal ad1
Leave A Reply

Your email address will not be published.

15 + 12 =