ସଂକଳ୍ପ ଫାଉଣ୍ଡେସନ୍ ର ସ୍ବାଗତଯୋଗ୍ୟ ପଦକ୍ଷେପ :ପ୍ରତିଦିନ ଶହଶହ ଅସହାୟ ଙ୍କୁ ଯୋଗାଉଛନ୍ତି ରନ୍ଧାଖାଦ୍ୟ

0 202

ବାଲିଗୁଡ଼ା: ସଂକଳ୍ପ ଫାଉଣ୍ଡେସନ୍ ର ସ୍ବାଗତଯୋଗ୍ୟ ପଦକ୍ଷେପ । ଗତ ୧୦ ତାରିଖରୁ ସଂଗଠନ ପକ୍ଷରୁ ପ୍ରତ୍ୟେକ ଦିନ ଅଞ୍ଚଳର ଶହଶହ ଅସହାୟ ଗରିବ ଲୋକଙ୍କ ସମେତ ଜୀବଜନ୍ତୁଙ୍କୁ ମଧ୍ୟ ଯୋଗାଉଛନ୍ତି ରନ୍ଧାଖାଦ୍ୟ । ଗୋଟିଏପଟେ ମହାମାରୀ କୋରନା ଯୋଗୁଁ ସାରାଦେଶରେ ଜାରି ହୋଇଛି ଲକ୍ ଡାଉନ୍ । ଜାନବାହାନ ଚଳାଚଳ ବନ୍ଦ ରହିଥିବାସହ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡ଼ିକୁ ଛାଡ଼ିଦେଲେ ଅନ୍ୟକୌଣସି ଦୋକାନ ଖୋଲୁନି । ଜଳଖିଆ ଦୋକାନ,ହୋଟେଲ୍ ସବୁ ବନ୍ଦ ରହିଛି । ଫଳରେ ଭୋକିଲା ଜୀବଜନ୍ତୁଙ୍କୁ ମିଳୁନି ଅଇଁଠା ପତ୍ର ଟିକେ । ଏଭଳି ପରିସ୍ଥିତିରେ ଅସହାୟ ବୃଦ୍ଧ,ବୃଦ୍ଧାଙ୍କ ସମେତ ଦିନ ମଜୁରିଆ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାସହ ଜୀବଜନ୍ତୁ ମଧ୍ୟ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି । ଏଭଳି ସ୍ଥିତିରେ ସଂକଳ୍ପ ଫାଉଣ୍ଡେସନ୍ ନେଇଛି ସ୍ବାଗତଯୋଗ୍ୟ ପଦକ୍ଷେପ । ଏହି ସଙ୍ଗଠନର ସଦସ୍ୟ ଜଗମୋହନପଣ୍ଡା,ଦିନେଶଜେନା, ସଞ୍ଜୟ ପସାୟତ,,ଦୀପକ ସାହୁ,ସ୍ୱରାଜ ପ୍ରୀତମ ପାଢ଼ୀ,ମନୋରଞ୍ଜନ ପଣ୍ଡା, ସାବେଜ ଉଦିନ ପ୍ରମୁଖ I

hiring


ପ୍ରତିଦିନ ସକାଳୁ ସକାଳୁ ଲାଗିପଡ଼ନ୍ତି ରୋଷେଇ କାର୍ଯ୍ୟରେ । ଭାତ,ଡାଲମା ସହ ଆଚାର ନେଇ ବାହାରି ପଡ଼ୁଛନ୍ତି ଭୋକିଲା ପେଟରେ ମୁଠେଇ ଦାନା ଦେବାକୁ । ବାଲିଗୁଡ଼ା ସହର ସମେତ ବାଲିଗୁଡ଼ା ବ୍ଲକ୍ ର ମାଦିନଟ, ବାଲିସୁଗା,ପଦ୍ମାପଦର ,ମୁସୁକୁଲି,ବିରାଗୁଡା,ଦିଗିପଡ଼ି,ବରଖାମା ଆଦି ଅଞ୍ଚଳରେ ଅସହାୟ ଗରିବ ଲୋକଙ୍କୁ ଯୋଗାଉଛନ୍ତି ରନ୍ଧାଖାଦ୍ୟ । ଅନ୍ୟପଟେ ପ୍ରତିଦିନ ସନ୍ଧ୍ୟାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ପହଁଚି ଡାକ୍ତରଖାନାରେ ଥିବା ରୋଗୀଙ୍କ ସମ୍ପର୍କୀୟମାନଙ୍କୁ ମଧ୍ୟ ଯୋଗାଉଛନ୍ତି ରନ୍ଧାଖାଦ୍ୟ । ଏଭଳି ପରିସ୍ଥିତିରେ ସଂକଳ୍ପ ଫାଉଣ୍ଡେସନ୍ ର ସଦସ୍ୟମାନେ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ନିଶ୍ଚିତ ସ୍ବାଗତଯୋଗ୍ୟ । ଅସହାୟଙ୍କୁ ରନ୍ଧାଖାଦ୍ୟ ଯୋଗାଉଥିବାରୁ ସଂକଳ୍ପ ଫାଉଣ୍ଡେସନ୍ ର ସମସ୍ତ ସଦସ୍ୟମାନଙ୍କୁ ସାଧୁବାଦ ଜଣାଇଛନ୍ତି ଅଞ୍ଚଳବାସୀ ।

hiranchal ad1
Leave A Reply

Your email address will not be published.

three + 15 =