ବଇଣ୍ଡା ଓ ଧଉରପାଳରେ ସାମଜସେବୀ ଅର୍ଜୁନ ସାହୁଙ୍କ ସଚେନତା କାର୍ଯ୍ୟକ୍ରମ ଓ ମାସ୍କ ବଣ୍ଟନ

0 111

ରାଜକିଶୋରନଗର,:କିଶୋରନଗର ବ୍ଲକ ଅନ୍ତର୍ଗତ ବଇଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପୁଲିସ୍ ଫାଣ୍ଡି, ଷ୍ଟେଟ୍‌ବ୍ୟାଙ୍କ, ବଜାର ଓ ଧଡରପାଳ ଗ୍ରାମରେ ସମାଜ ସେବୀ ଅର୍ଜୁନ ସାହୁ ଲୋକ ମାନଙ୍କୁ ଫେସ୍ ମାସ୍କ, ସାବୁନ୍‌, ଗୋବ୍ଲସ ଓ ସାନିଟାଇଜର ପ୍ରଭୃତି ବଣ୍ଟନ କରିବା ସହିତ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କର ଲକ୍ ଡାଉନ୍ ନିୟମକୁ ମାନିବା, ସାମାଜିକ ଦୂରତ୍ୱ ବଜାୟ ରଖୀବା ଏବଂ ମାସ୍କ ନିଶ୍ଚିତ ଭାବରେ ପିନ୍ଧିବା ପାଇଁ ଜନସାଧାରଣରଙ୍କୁ ସଚେତନ କରାଇଥିଲେ ।

hiring

ସରକାରଙ୍କ ତାଲାବନ୍ଦ ଘୋଷଣା ପରେ ସମାଜସେବୀ ଶ୍ରୀ ସାହୁ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ପ୍ରଥମ କରି ୫୬ଟି ପଞ୍ଚାୟତରେ ଲୋକ ମାନଙ୍କୁ କରୋନା ଭୁତାଣୁକୁ ରୋକିବା ପାଇଁ ସଚେତନତା ସୃଷ୍ଟି କରିବା ସହିତ ମାସ୍କ, ଗ୍ଲୋବସ ଓ ସାନିଟାଇଜର ପ୍ରଭୃତି ବଣ୍ଟନ କରିଥିଲେ । ଶନିବାର ଦିନ ପୁନର୍ବାର ବଇଣ୍ଡା ଠାରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ପୂର୍ବରୁ ପଞ୍ଚାୟତରୁ ପଞ୍ଚାୟତ ଏହି କାର୍ଯ୍ୟକ୍ରମ ଜାରୀ ରଖିଥିବାବେଳେ ସମ୍ପ୍ରତି ଗାଁକୁ ଗାଁ ବୁଲି ସଚେତନତା କାର୍ଯ୍ୟକ୍ରମ ଜାରୀ ରଖିବେ ବୋଲି ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

16 + 2 =