ବଜାରରେ ମାସ୍କ୍ ଅଭାବକୁ ପୂରଣ କରିବ ଧର୍ମେନ୍ଦ୍ରଙ୍କ ପରିବାରର ପ୍ରୟାସ

0 111

ଭୁବନେଶ୍ୱର,: ରାଜ୍ୟ ସରକାର ଆସନ୍ତା ୯ ତାରିଖରୁ ରାଜ୍ୟରେ ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ଦୁଇ ଦିନ ପୂର୍ବରୁ ରାଜ୍ୟ କୋଭିଡ୍‌-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୁସ୍ଥ ଲୋକ ମାସ୍କ୍ ପିନ୍ଧିବା ଜରୁରୀ ନୁହେଁ ବୋଲି କହୁଥିଲେ । ତେବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା କ୍ରମଶଃ ବଢ଼ିବା ଓ କରୋନାରେ ରାଜ୍ୟର ପ୍ରଥମ ମୁଣ୍ଡ ଯିବା ପରେ ମାସ୍କ୍ ପିନ୍ଧିବା ଜରୁରୀ ବୋଲି ଅନୁଭବ ହେବା ପରେ ଏଭଳି ନିୟମ ଲାଗୁ କରିଥାଇ ପାରନ୍ତି । ତେବେ ସେ ଯାହା ହେଉ, ଏଭଳି ସମୟରେ ରାଜ୍ୟରେ ମାସ୍କ୍‌ର ଅଭାବ ଅନୁଭୂତ ହେଉଥିବା ଜଣାପଡ଼ିଛି । ଲକ୍‌ଡାଉନ୍ ଥିବାରୁ ଏହି ସମୟରେ ସାରା ଦେଶରେ ଲୋକେ ନିଜ ଘରେ ରହି କିଛିନା କିଛି କାମରେ ମନ ନିବେଶ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରିବାର ଲକ୍‌ଡାଉନ୍ ସମୟରେ ନିଜ ଘରେ ମାସ୍କ୍ ତିଆରିରେ ମନ ନିବେଶ କରିଛନ୍ତି ।

hiring

ଯାହାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଗତକାଲି ରାତିରେ ଦେଇଛନ୍ତି । ଦେଇଥିବା ଭିଡ଼ିଓରେ ଦେଖାଯାଉଛି ଯେ, ତାଙ୍କର ଧର୍ମପତ୍ନୀ ଓ ଝିଅ କଟନ୍ କପଡ଼ାରେ ନିଜ ହାତରେ ମେସିନ୍ ଚଳାଇ ମାସ୍କ୍ ତିଆରି କରୁଛନ୍ତି । ପ୍ରଧାନମନ୍ତ୍ରୀ ପାଞ୍ଚୋଟି ଲେଖାଏଁ ମାସ୍କ୍ ଅତିକମ୍‌ରେ ବନ୍ଧୁମାନଙ୍କୁ ଗିପ୍ଟ୍ କରିବା ପାଇଁ ପରାମର୍ଶ ଦେଇଥିବା କ୍ରମରେ ଧର୍ମେନ୍ଦ୍ରଙ୍କ ପରିବାର ଏହି ମାସ୍କ୍ ଓଡ଼ିଆ ଲୋକଙ୍କୁ ଗିପ୍ଟ କରିଲେ ବଜାରରେ ମାସ୍କର ଚାହିଦା କିଛି ମାତ୍ରାରେ ପୂରଣ କରିପାରିବ ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

fifteen + 9 =