କୋଭିଡ ହସ୍ପିଟାଲ ଘୋଷଣା ପରେ ଜିଲ୍ଲା ସଦର ହସ୍ପିଟାଲରର କାୟାକଳ୍ପ ଆରମ୍ଭ

0 117

ସମ୍ବଲପୁର :ଏକ ସ୍ବୟଂ ସମ୍ପୂର୍ଣ୍ଣ କୋଭିଡ ହସ୍ପିଟାଲ ରୂପେ ଗଢି ତୋଳିବା ପାଇଁ ଜିଲ୍ଲା ସଦର ହସ୍ପିଟାଲର କାୟାକଳ୍ପ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବର୍ତ୍ତମାନ କିଛି ଦିନ ପାଇଁ ଏଠାକାର ବହିର୍ଚିକିତ୍ସା ବିଭାଗ (ଓପିଡି) ଉଠୁ ନାହିଁ କିନ୍ତୁ ଅନ୍ତର୍ଚିକିତ୍ସା (ଇନଡୋର) ବିଭାଗ ରୁ ରୋଗୀମାନଙ୍କୁ ଅନ୍ଯତ୍ର ସ୍ଥାନାନ୍ତରିତ କରାଯାଉଛି । ସେମାନଙ୍କ ପାଇଁ ଅନେକ ଗୁଡିଏ ବିକଳ୍ପ ରହିଛି, ଯଥା ଭିମସାର ସହିତ କିଛି ନର୍ସିଂହୋମ କୁ ଯିବା ପାଇଁ ବ୍ଯବସ୍ଥା କରାଯାଇଛି । ଓ୍ବାର୍ଡଗୁଡିକ ଖାଲି ହେଲା ପରେ ସେଠାରେ ଆବଶ୍ୟକ ମୁତାବକ ମରାମତି କରିବା ସହିତ ଚୂନ ବୋଲାଯାଉଛି । ସେଠାରେ କୋଭିଡ ହସ୍ପିଟାଲ ପାଇଁ ଆନୁସଙ୍ଗିକ ଉଚ୍ଚତର ସୁବିଧା ଖଞ୍ଜା ଯିବ । ଆଗାମୀ ଦିନର ଆବଶ୍ୟକତା କୁ ଆଖି ଆଗରେ ରଖି ଯଥାଶୀଘ୍ର ଏହାକୁ ଏକ ସ୍ବୟଂ ସମ୍ପୂର୍ଣ୍ଣ କୋଭିଡ ହସ୍ପିଟାଲ ରୂପେ ତିଆର କରାଯାଉଛି । ପ୍ରଶାସନ ସହିତ ବୁଝାମଣା ପରେ ଏହି ନର୍ସିଂହୋମ ସ୍ବଳ୍ପ ବ୍ଯୟରେ ସେମାନଙ୍କ ଚିକିତ୍ସା କରିବା ପାଇଁ ରାଜି ହୋଇଛନ୍ତି ଓ ସେ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ । ବର୍ତ୍ତମାନ କିଛି ଦିନ ପାଇଁ ଏଠାରୁ ବହିର୍ଚିକିତ୍ସା ବିଭାଗ ଉଠୁ ନାହିଁ ଓ ପୂର୍ବ ପରି କାମ କରିବ । ଅନ୍ଯପଟେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ବୁର୍ଲା, ହୀରାକୁଦ, ମାନେଶ୍ବର, ଧନକୌଡା, ଚାଉଁରପୁର, ଧନୁପାଲି, ଅଇଠାପାଲି, ଜନାର୍ଦ୍ଦନ ପୂଜାରୀ ମାତୃ ମଙ୍ଗଳ କେନ୍ଦ୍ର ଓ ଖେତରାଜପୁର ଆଦି ସ୍ଥାନରେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରମାନ ରହିଛି ଓ ଏଗୁଡିକରେ ଆବଶ୍ୟକ ମୁତାବକ ସୁବିଧା ଯୋଗାଇ ସେଠାରେ ସମସ୍ତ ବହିର୍ଚିକିତ୍ସା କରିବା ପାଇଁ ପ୍ରଶାସନ ଚିନ୍ତା କରୁଛି । ସେଗୁଡ଼ିକ ସମ୍ପୂର୍ଣ୍ଣ ରୂପେ କାର୍ଔ୍ଯକ୍ଷମ ହେବା ପର୍ଯ୍ୟନ୍ତ ସଦର ହସ୍ପିଟାଲ ରେ ବହିର୍ଚିକିତ୍ସା ଅବ୍ଯାହତ ରହିବ ।

hiranchal ad1
Leave A Reply

Your email address will not be published.

seven + 19 =