ପରିବା ବ୍ୟବସାୟୀଙ୍କୁ ପୌରପାଳିକା ପକ୍ଷରୁ ୧୦୦ଟି ଛତା ଦାନ

0 93

ପାରଳାଖେମୁଣ୍ଡି: କରୋନା ଭାଇରସକୁ ମୁକାବିଲା କରିବା ପାଇଁ ସମଗ୍ର ଦେଶକୁ ସରକାର ଲକ୍‌ଡାଉନ୍ ଘୋଷଣା କରିବା ପରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ସରକାର ଲୋକଙ୍କୁ କିଛି ସହରରେ କିଛି ସମୟ ପାଇଁ ମାର୍କେଟିଂ କରିବାକୁ କୋହଳ କରିଛନ୍ତି । କିନ୍ତୁ ଗୋଷ୍ଠୀ ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ସରକାର ନିୟମ କଡ଼ାକଡ଼ି କରିଛନ୍ତି । ଯାହାକୁ ନେଇ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ରହିଥିବା ଦୈନିକ ପରିବା ବଜାର ଅତ୍ୟଧିକ ଗହଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ପାରଳାଖେମୁଣ୍ଡି ପୌରପାଳିକା ସ୍ତାନୀୟ ହାଟପଦା ଠାରେ ନୂତନ ପରିବା ବଜାର ଆରମ୍ଭ କରିଛି । ଯେଉଁଠାରେ ସାମାଜିକ ଦୂରତା ରକ୍ଷା କରିବା ନିୟମକୁ ଲାଗୁ କରିବା ସହ ବ୍ୟବସାୟୀମାନଙ୍କୁ ରୌଦ୍ରତାପ ରକ୍ଷା କରିବା ପାଇଁ ପାରଳାଖେମୁଣ୍ଡି ପୌରପାଳିକା ୧୦୦ଟି ଛତାର ବ୍ୟବସ୍ଥା କରିଛି । ଯାହାକୁ ନେଇ ବ୍ୟବସାୟୀମାନେ ବେଶ୍ ଖୁସି ପ୍ରକାଶ କରିଥିବା ବେଳେ ଆଗାମୀ ଦିନରେ ମଧ୍ୟ ବିଭିନ୍ନ ସୁବିଧା ପ୍ରଶାସନ ଯୋଗାଇ ଦେଉ ବୋଲି ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 × 2 =